
ଭବାନୀପାଟଣା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଜି ରାଜ୍ୟ ଜଳ ବିଭାଜିକା ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ତଦନ୍ତ ଚାଲିଛି। କଳାହାଣ୍ଡି ଜୁନାଗଡ଼ ବ୍ଲକ୍ କୁପା ଗାଁରେ ଥିବା ପୈତୃକ ଘରେ ଏବଂ ଧର୍ମଗଡ ବ୍ଲକ୍ ଅନ୍ତର୍ଗତ ବିକ୍ରମଗୁଡ଼ା ଗାଁରେ ଥିବା ତାଙ୍କ ଶ୍ବଶୁର ଘରେ ଭିଜିଲାନ୍ସର ଦୁଇଟି ଟିମ ଚଢାଉ ଜାରି ରଖିଛନ୍ତି। କୁପା ଗାଁ ରେ ଦୁଇ ମହଲା କୋଠା ଏବଂ ମୂଲ୍ୟବାନ ଆସବାବ ପତ୍ର ଠାବ ହେଇଥିବା ସୂଚନା ମିଳିଛି।