ମହାପ୍ରଭୁ ଆଜି ଲାଗି ହେବେ ବ୍ରହ୍ମଜ୍ୟୋତି ହୀରା ଚିତା

ପୁରୀ : ଆଜି ଚିତାଲାଗି ଅମାବାସ୍ୟା। ଶ୍ରୀମନ୍ଦିରରେ ମହାପ୍ରଭୁ ଆଜି ଲାଗି ହେବେ ବ୍ରହ୍ମଜ୍ୟୋତି ହୀରା ଚିତା। ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଦଇତାପତି ଓ ଅନ୍ୟାନ୍ୟ ଦଇତାପତି ସେବକ ମାନେ ମାନେ ମହାପ୍ରଭୁଙ୍କୁ ଏହି ଅଳଙ୍କାର ଲାଗି କରିବେ।

ଶ୍ରୀଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯିବ। ଚିତାଲାଗି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱର ରୋଗରେ ପୀଡିତ ହୋଇ ଅଣସର ଘରେ ଥିଲେ। ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଏହି ଚିତା ଗୁଡିକୁ କାଢ଼ି ନିଆ ଯାଇଥିଲା। ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା।

ଗୁରୁବାର ସେହି ସୋଲ ଚିତାକୁ କଢ଼ାଯାଇ ଅସଲ ଚିତା ଲାଗି କରାଯିବ। ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ। ଶ୍ରୀଦେବୀ ଓ ଭୂଦେବୀ ରତ୍ନ ସିଂହାସନରୁ ଆସି ଖଟ ଶେଯରେ ବିଜେ କରିବେ। ତେବେ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଦିନ ୨ଟା ୩୦ ଟାରୁ ସନ୍ଧ୍ୟା ୬ ଟା ୩୦ ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇ ଏହି ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

  • Garvita Odia

    Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଭୁବନେଶ୍ୱର: ଆଜି ଜଣେ ଲାଞ୍ଚୁଆ ଯୁବ ସରକାରୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କ ନାଁ ସୌରଭ ତ୍ରିପାଠୀ।ଗିରଫ ଶ୍ରୀ ତ୍ରିପାଠୀ ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସରେ ଜୁନିଅର୍ ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ଭାବେ ନିଯୁକ୍ତ ହୋଇଛନ୍ତି।ଏକ ସାର୍ଟିଫିକେଟ୍‌ ମାମଲା ଦୀର୍ଘଦିନରୁ ପଡ଼ି ରହିଥିବା…

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା। ବୟନ ଶିଳ୍ପ ଶ୍ରମିକ ମାନଙ୍କ ମଜୁରୀ ଭତ୍ତା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ମହିଳା ଶ୍ରମିକଙ୍କ ମଜୁରୀ ଭତ୍ତା ୬ ହଜାର ଟଙ୍କାରୁ ୭ ହଜାର ଟଙ୍କା ହୋଇଥିବାବେଳେ…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ ପରଫର୍ମାନ୍ସ ରିପୋର୍ଟ

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ  ପରଫର୍ମାନ୍ସ ରିପୋର୍ଟ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ