ମାଓବାଦୀଙ୍କ ଅସ୍ତ୍ର କାରଖାନା ଠାବ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମାଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ର ଶସ୍ତ୍ର ତିଆରି କରିବା କାରଖାନା ଠାବ । ମାଓ ବିରୋଧୀ ଅଭିଯାନରେ କୋବ୍ରା ବାଟାଲିୟନ ଓ ସିଆର୍‌ପିଏଫ୍‌ର ମିଳିତ ଅପରେସନ ବେଳେ ସୁକୁମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେର ଗାଁ ମଧ୍ୟରେ ଥିବା ଜଙ୍ଗଲ ଭିତରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଛି । ଏହା ସହ ଅସ୍ତ୍ର ଶସ୍ତ୍ର ତିଆରି ଉପକରଣ ମଧ୍ୟ ଜବତ କରିଛନ୍ତି ସୁରକ୍ଷା କର୍ମୀ ।

ସୂଚନା ମୁତାବକ, ଛତିଶଗଡ଼ରରେ ଅନ୍ତିମ ପର୍ୟ୍ୟାୟ ରେ ମାଓ ବିରୋଧୀ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କୁ ମୁଳପୋଛ କରିବା ଲାଗି ସୁରକ୍ଷା କର୍ମୀ ଦିନ ରାତି ଅପରେସନ କରୁଛନ୍ତି । ଏହି ଅପରେସନ୍‌ ବେଳେ ସୁକୁମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେର ଗାଁ ମଧ୍ୟରେ ଥିବା ଜଙ୍ଗଲ ଭିତରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି । ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ସାବୁନ ବାକ୍ସରେ ପ୍ୟାକ୍ ହୋଇଥିବା ୨୧ଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି), ମଲ୍ଟିପଲ୍ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (ବିଏଲ୍‌ଜି) ବୋମା, ଏକ ଜେନେରେଟର ସେଟ୍, ଲେଦ୍ ମେସିନ୍, ବିସ୍ଫୋରକ ତିଆରି ସାମଗ୍ରୀ, ବନ୍ଧୁକ ତିଆରି ଉପକରଣ ଏବଂ ଜରୁରୀ ଚିକିତ୍ସା ସାମଗ୍ରୀ ଜବତ ହୋଇଛି ।

  • Related Posts

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ : ପୁରୀ ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଶଗୋବା ଗାଁର ନାରାୟଣ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଜଣଙ୍କ ଅଟକ ରଖି…

    ଯୁବକଙ୍କୁ ଗୁଳିମାଡ଼, ଏସ୍‌ସିବିରେ ଭର୍ତ୍ତି

    କଟକ: ନୂଆବଜାର ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ (୨୦) ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ତାଙ୍କ ଡାହାଣ…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍