
ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହରଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ତେବେ ପୁଞ୍ଜିଲାଲ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଭୁଲ୍ ତଥ୍ୟ ଦେଇ ମୋତେ ଫସାଯାଇଛି ବୋଲି ସେ କହିଛନ୍ତି । ମୋତେ ମିଡିଆ ଟ୍ରାଏଲ କରାଯାଇଛି । ମୋ ଜୀବନକୁ ବର୍ବାଦ କରାଯାଇଛି ବୋଲି ପୁଞ୍ଜିଲାଲ କହିଛନ୍ତି । ପାଟଣାଗଡ଼ ଏଡିଜେ କୋର୍ଟରୁ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲ୍କୁ ନିଆଯାଇଛି ।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଏଥିସହ ବିଭିନ୍ନ ଧାରାରେ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି କୋର୍ଟ । ଏହାର ଅର୍ଥ ଏବେ ବଞ୍ଚିଥିବା ଯାଏଁ ଜେଲ୍ରେ ରହିବେ ପୁଞ୍ଜିଲାଲ ମେହେର । ୨୦୧୮ ମସିହା ଫେବ୍ରୁଆରୀ ୨୩ ତାରିଖରେ ଘଟିଥିଲା ପାର୍ସଲ ବୋମା ଘଟଣା । ପାର୍ସଲ ବୋମା ବିସ୍ଫୋରଣରେ ନବବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା’ ଜେମାମଣୀ ସାହୁଙ୍କର ମୃତ୍ୟୁ ହୋଇଥିଲା ।