ସ୍ୱାମୀଙ୍କୁ ହତ୍ୟା ସ୍ତ୍ରୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତର ଗୋପାଳପୁର ସାହିରେ ସ୍ୱାମୀଙ୍କୁ ମାରଣାସ୍ତ୍ର‌ରେ ଚୋଟ ପକାଇବା ପରେ ଇଟାରେ ଛେଚି ବିଭତ୍ସ ଭାବେ ହତ୍ୟା କରିଛନ୍ତି ସ୍ତ୍ରୀ। ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଏହି ଘଟଣା ଘଟଇଥିବା ସ୍ତ୍ରୀ କହିଛନ୍ତି।ମୃତ ସ୍ୱାମୀ ହେଲେ ନାରାୟଣ ଭୂୟାଁ (୪୦)। ପ୍ରାପ୍ତ ସୂଚନା ଅନୁଯାୟୀ ନାରାୟଣ ଭୂୟାଁଙ୍କ ନିଜ ଘର ବେଗୁନିଆପଡା ଥାନା ଅନ୍ତର୍ଗତ ବିରିବାଟିଆ ଗ୍ରାମରେ।ସେ ଗୋପାଳପୁର ଗ୍ରାମର ରୀନା ଭୂୟାଁଙ୍କୁ ବିବାହ କରବା ପରେ ତାଳସର ନିକଟସ୍ଥ ଗୋପାଳପୁର ଠାରେ ରହୁଥିଲେ। ତାଙ୍କର ଗୋଟିଏ ଝିଅ (୧୬) ଓ ଆଉ ଗୋଟିଏ ପୁଅ (୧୨)।
ରୀନା ବାହାରେ ରହି କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ନିୟମିତ କଳହ ଲାଗି ରହୁଥିଲା। ନାରାୟଣ ନିଜ ପୁଅ ସହ ଗୋଟିଏ ସ୍ଥାନରେ ରହିଆସୁଥିଲେ। ନାରାୟଣ ରୀନାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢୁଥିଲା। ସେ ରୀନାଙ୍କୁ ନିର୍ୟ୍ୟାତନା ଦେଉଥିଲେ।
ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ସ୍ୱାମୀ ନାରାୟଣ ସହ ରୀନାଙ୍କର ପାଟିତୁଣ୍ଡ ହେବା ସହ ଉଭୟ ଧସ୍ତାଧସ୍ତି ହୋଇଥିଲେ। ଏକ ପଥର ଉପରେ ନାରାୟଣ ପଡିଯିବା ପରେ ତାଙ୍କ ମୁଣ୍ଡକୁ ଇଟାରେ ରୀନା ଛେଚି ଦେଇଥିଲେ। ରୀନା ସେଠାରୁ ତାଙ୍କୁ ଘରକୁ ଘୋଷାଡ଼ି ଆଣିଵା ପରେ ନାରାୟଣ ଘରେ ଥିବା ଏକ କୁରାଢ଼ୀ ଆଣିବା ସମୟରେ ରୀନା ସେହି କୁରାଢ଼ୀକୁ ତାଙ୍କ ଠାରୁ ଛଡାଇ ନାରାୟଣଙ୍କୁ ଚୋଟ ପକାଇ ମାରିଦେଇଥିଲେ। ପୁଣି ରାଗରେ ତାଙ୍କୁ ମାରିବା ପାଇଁ ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ।ପୁଲିସ ରୀନାଙ୍କୁ ଗିରଫ କରିବା ସହ ଆଉ ଜଣଙ୍କୁ ମଧ୍ୟ ଅଟକ ରଖି ଜେରା କରୁଛି।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ