ମୋତେ ସୁରକ୍ଷା ଦିଆଯାଉ : ଲେଖାଶ୍ରୀ

ଭୁବନେଶ୍ୱର : ବିଜେଡ଼ିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାଁ ରେ ଅଶାଳୀନ ମନ୍ତବ୍ୟ ଘଟଣା । ନୀଳଗିରି ବିଧାୟକଙ୍କ ନାଁରେ ମାମଲା ରୁଜୁ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ । ନୀଳଗିରି ବିଧାୟକଙ୍କ ନାଁରେ ଲାଗିଛି BNS ର ସଙ୍ଗୀନ ଦଫା I

U/S-୭୫(୧): ଯୌନ ନିର୍ଯାତନା, ୭୦ ଅଶାଳୀନ ମନ୍ତବ୍ୟ ରଖିବା, ୨୯୬: ସର୍ବସାଧାରଣରେ ଗାଳି ଗୁଲଜ କରିବା, ୩୫୬: ମାନହାନୀ କରିବା ଭଳି ଦଫା ଲାଗିଛି । ତେବେ ମୋ ବାବଦରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଘୃଣ୍ୟ I ଏନେଇ ଅପରାଧିକ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ନାଁରେ ଶୁକ୍ରବାର ଦେଇଥିଲେ ଏତଲା। ଆଜି ଥାନାରୁ ଗ୍ରହଣ କଲେ ଏତଲା କପି। ସନ୍ତୋଷ ଖଟୁଆଙ୍କ ନାଁରେ ଲାଗିଛି ବିଏନ୍‌ଏସ୍‌ ର ୪ଟି ଦଫା ।

ସେପଟେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି ବିଧାୟକଙ୍କ ଫାର୍ମ ହାଉସ ଠାରୁ ମୋ ଘର ଅଳ୍ପ ଦୂରରେ । ତେଣୁ କିଛି ବି ଅଘଟଣ ଘଟିପାରେ । ମୋ ଜିବନ ପ୍ରତି ବିପଦ ରହିଛି । ମୋତେ ସୁରକ୍ଷା ଦିଆଯାଉ । ଏ ସଂପର୍କରେ ମୁଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ।

  • Related Posts

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଓ ତିନି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ କଟକ ସ୍ଥିତ ଡିଜି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି। ରାଜ୍ୟ ସଭାପତି ଭକ୍ତ ଦାସଙ୍କ ନେତୃତ୍ଵରେ ଏହି ପ୍ରତିବାଦ ସଭା କରାଯାଇଛି। ଏଥିରେ…

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ। ଏନଡିଏଯାହାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ,…

    Leave a Reply

    Your email address will not be published. Required fields are marked *

    You Missed

    ହଟିଲା ଆୟକର ବିଲ୍‌ ୨୦୨୫ ଆସିବ ନୂଆ ବିଧେୟକ

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ