ଭୁବନେଶ୍ଵର:ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫କୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତ୍ୟାହାର କରିଛନ୍ତି। ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହି ଆୟକର ବିଲ୍କୁ ଆଗତ କରିଥିଲେ। ଏହା ବଦଳରେ ଆଉ ଏକ ନୂଆ ବିଧେୟକ ଆସନ୍ତା ୧୧ ତାରିଖରେ ଆଗତ କରାଯିବ। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ଗଠିତ ମନୋନୟନ କମିଟିର ସୁପାରିସ କ୍ରମେ ଉକ୍ତ ବିଲ୍ରେ କିଛିଟା ପରିବର୍ତ୍ତନ କରାଯାଇଛି। ନୂଆ ରୂପରେ ଏହି ବିଲ୍କୁ ଆସନ୍ତା ସୋମବାର ଆଗତ କରାଯିବ ତେଣୁ ପୁରୁଣା ବିଲ୍ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର।
ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ
ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…







