ରାଜ୍ୟରେ ୨୦ଟି ନୂଆ ସାଇବର ଥାନା ପ୍ରତିଷ୍ଠା ହେବ

ଭୁବନେଶ୍ଵର:ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସାଇବର ଓ ଅଥନୈତିକ ଅପରାଧ ରୋକିବାକୁ ୨୦ଟି ନୂଆ ଥାନା ପ୍ରତିଷ୍ଠା କରାଯିବ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶ କ୍ରମେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା ୨୨୩ ମୁତାବକ ରାଜ୍ୟ ସରକାର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ରୋକିବାକୁ ୨୦ଟି ନୂଆ ଥାନା ପ୍ରତିଷ୍ଠା କରାଯିବ। ଖୋର୍ଦ୍ଧା, ନୟାଗଡ଼, କଟକ ଗ୍ରାମାଞ୍ଚଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, ଢେଙ୍କାନଳ, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡ଼ା ଜିଲାରେ ଏହି ଥାନା ପ୍ରତିଷ୍ଠା ହେବ। ଏହି ୨୦ ଜିଲା‌େ‌ର ସାଇବର ଓ ଅର୍ଥନୈତିକ ଅପରାଧ ରୋକିବାରେ ସାଇବର ଥାନା କାମ କରିବ।

  • Related Posts

    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading
    ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

    ଭୁବନେଶ୍ୱର: ଭାରତ ୨୦୨୬ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧ୍ୟକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ପକ୍ଷରୁ ପୁରୀ ଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆୟୋଜନ କରାଯାଉଛି । ଆଜି ଠାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ