ମୋ’ ବସ୍‌ ଦୁର୍ଘଟଣା : ଝିଅ ପରେ ମା ମୃତ

ଭୁବନେଶ୍ୱର:ଗତ ଶୁକ୍ରବାର ପାତ୍ରପଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଥିଲା। ଯେଉଁଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବତୀଙ୍କ ମାଆ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ପୂର୍ବରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବତୀଙ୍କ ନାଁ ରାଜକୁମାରୀ ପ୍ରଧାନ। ମୃତକଙ୍କ ଘର ଫୁଲବାଣୀ। ସେ ଭୁବନେଶ୍ୱରରେ ରହୁଥିଲେ ।ଗତ ଶୁକ୍ରବାର ରାତି ୧୦ଟାରେ ଦୁଇଜଣ ମହିଳା ଏକ ସ୍କୁଟିରେ ରେଗାଲିଆ ମଲ୍‌ ନିକଟରୁ ବାହାରୁ ଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ମୋ’ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ସେଥିରେ ବସିଥିବା ଜଣେ ମହିଳ ରାସ୍ତାକଡ଼କୁ ଛିଟିକି ପଡ଼ିଥିବା ବେଳେ ଅନ୍ୟ ଜଣେ ମହିଳା ସ୍କୁଟି ସହ ବସ୍‌ ତଳେ ରହି ଯାଇଥିଲେ। ଫଳରେ ବସ୍‌ଟି ତାଙ୍କୁ ପାଖାପାଖି ୧୦୦ ମିଟର ପର୍ୟ୍ୟନ୍ତ ଘୋଷାଡ଼ି ନେଇଥିଲା। ଏଥିରେ ସଂପୃକ୍ତ ମହିଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ବସ୍‌ଟି ଅନ୍ୟ ଏକ ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ ମଧ୍ୟ ଧକ୍କା ଦେଇଥିଲା। କିନ୍ତୁ ସୌଭାଗ୍ୟକୁ ଦୁହେଁ ରାସ୍ତାକଡ଼କୁ ଛିଟିକି ପଡ଼ିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ଦେଖି ବସ୍‌ ଚାଳକଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ କିଛି ଯୁବକ ବସ୍‌କୁ ପିଛା କରି ତମାଣ୍ଡୋ ଛକରେ ଅଟକାଇଥିଲେ। ଡ୍ରାଇଭର୍‌ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବସ୍‌ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ସେହିପରି ମୃତାହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

  • Related Posts

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ମୋହନା: ପୁଣି ଗୁଣି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ । ମୃତକ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦) ।…

    ଚାଞ୍ଚଲ୍ୟକର ପ୍ରତିକ୍ରିୟା:ବୋଲି ଝିଅ ନିଜେ ଆତ୍ମହତ୍ୟା କରିଛି

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଛାତ୍ରୀ ପୋଡ଼ି ଘଟଣାରେ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ମୃତ ଛାତ୍ରୀଙ୍କ ବାପା । ସେ କହିଛନ୍ତି, ମୋ ଝିଅ ବାନ୍ଧି ହୋଇ ପୋଡ଼ି ମରିଥିବା ମୁଁ ଅନୁମାନ କରୁଛି । ତାର ବାନ୍ଧି ହୋଇ ପୋଡ଼ି…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର ମାଧୁରୀ ଦୀକ୍ଷିତ

    ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର ମାଧୁରୀ ଦୀକ୍ଷିତ