ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

ନବରଙ୍ଗପୁର: ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳରୁ। ରବିବାର ଗାଁ ପାଖ ପଡ଼ିଆ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଯୁବତୀ ଜଣକ ଶନିବାର ସନ୍ଧ୍ୟାରେ ଗାଁ ପାଖ ପଡ଼ିଆକୁ ଶୌଚ ପାଇଁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ରାତିରେ ଖୋଜାଖୋଜି କରିଥିଲେ ହେଁ ଯୁବତୀଙ୍କ ସନ୍ଧାନ ମିଳି ନ ଥିଲା। ଯାହାଫଳରେ ସେମାନେ ଚିନ୍ତାରେ ପଡ଼ିଯାଇଥିଲେ। ସକାଳେ ପଡ଼ିଆ ନିକଟରେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

  • Related Posts

    ବୌଦ୍ଧ ଏମଭିଆଇଙ୍କ ୩୬ଟି ପ୍ଲଟ୍‌ ଠାବ

    ଭୁବନେଶ୍ୱର: ବୌଦ୍ଧ ଏମଭିଆଇ ଗୋଲପ ଚନ୍ଦ୍ର ହାଁସଦାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ଜାରି ରହିଛି । ଏହି ଚଢାଉ ବେଳେ ଗୋଟିଏ ବହୁମହଲା କୋଠା, ୩୬ଟି ପ୍ଲଟ୍, ପ୍ରାୟ ୨୫୦ ଗ୍ରାମ ସୁନା, ୨.୩୮ ଲକ୍ଷ ଟଙ୍କାରୁ ଅଧିକ ନଗଦ,…

    ବୋର୍ଡ ଉପସଭାପତି ଗିରଫ

    କଟକ : OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବଡ ଆକ୍ସନ । ବନ୍ଧାହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମବ୍ରାଞ୍ଚ ସ୍କାନରରେ ଥିଲେ ନିହାର ରଞ୍ଜନ । ଗତ କିଛି ଦିନ…

    Leave a Reply

    Your email address will not be published. Required fields are marked *

    You Missed

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    କେନାଲକୁ ଖସିଲା କାର୍:୧୧ ମୃତ

    କେନାଲକୁ ଖସିଲା କାର୍:୧୧ ମୃତ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ