ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

ଭୁବନେଶ୍ୱର : ଓଡ଼ିଶାର ପୁରୀ ଜିଲ୍ଲା ବଳଙ୍ଗାରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ତିନି ଜଣ ଦୁବୃର୍ତ୍ତ ଅପହରଣ କରି ଜୀବନ୍ତ ପୋଡ଼ିଦେଲେ । ପୁରୀରୁ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ଅଣା ଯାଇଥିଲା ତା ଜୀବନ ବଞ୍ଚାଇବା ପାଇଁ। କିନ୍ତୁ ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ପୀଡିତା ନାବାଳିକା ଶେଷ ନିଶ୍ବାସ ତ୍ୟାଗ କରିଛି । ଜୁଲାଇ ୧୯ ତାରିଖ ଘଟଣା ଦିନରୁ ଆଜି ଯାଏ ଆମେ ପଚାରି ଆସୁଛୁ ସେ ତିନି ଅଭିଯୁକ୍ତ ଗଲେ କୁଆଡେ । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆମେ ଦାବି କରି ଆସୁଥିବା ବେଳେ କୁହାଯାଉଛି କି ନାବାଳିକାକୁ ପୋଡ଼ିବାରେ କାହାର ହାତ ନାହିଁ, କେହି ଏଥିରେ ଅଭିଯୁକ୍ତ ନୁହନ୍ତି। ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ବିଜେପି ସରକାର ଅପରାଧୀଙ୍କୁ ଧରିବାରେ ବିଫଳ ହେଲେ କିନ୍ତୁ ୧୫ ବର୍ଷର ନାବାଳିକା ଉପରେ ଦୋଷ ଲଦୁଛନ୍ତି। ପରୋକ୍ଷରେ ଝିଅଟି ନିଜେ ନିଜକୁ ଜାଳିଦେଲା ବୋଲି କହୁଛନ୍ତି। ପୋଲିସ କହିଛି ଏ ଘଟଣାରେ କୌଣସି ବ୍ୟକ୍ତି ସାମିଲ ନାହାନ୍ତି । ଆମେ ନାବାଳିକାକୁ ଭେଟିବା ପାଇଁ ଅନେକ ଉଦ୍ୟମ କଲୁ । କିନ୍ତୁ ଭେଟିବାକୁ ଦେଲେ ନାହିଁ । ମୁଁ ଓ ମୋ ସହଯୋଗୀ ମାନେ ସାଂସଦ ଘେରାଉ କଲୁ ଆମକୁ ପୋଲିସ ଆଠ ଘଣ୍ଟା ଅଟକ ରଖିଲେ । ଆମର ସ୍ୱରକୁ ଚାପିବାକୁ ଉଦ୍ୟମ କରାଯାଇଛି । ସେମିତି ଓଡ଼ିଶାର ସୌମ୍ୟାଶ୍ରୀ ବି ସରକାରଙ୍କୁ ଗୁହାରୀ କରି ,ନ୍ୟାୟ ମାଗି ମାଗି ଶେଷରେ ନିରାଶ ହେଇ ନିଜକୁ ନିଆଁ ଲଗାଇ ଜଳିଗଲା। ଆଉ ଆଜି ବଳଙ୍ଗା ପୀଡ଼ିତା ବି ମରିଗଲା ହସ୍ପିଟାଲରେ ବେଡ ରେ ପଡ଼ି ନ୍ୟାୟ ମାଗି ମାଗି । ୨୩ ତାରିଖରେ ଦିଲ୍ଲୀ ଏମ୍ସରେ ପୀଡ଼ିତା ଙ୍କୁ ଭେଟିବାକୁ ଚାହିଁଥିଲି କିନ୍ତୁ ମୋତେ ପୋଲିସ ଘରେ ଅଟକ ରଖିଲା।ବିଜେପି ଶାସିତ ରାଜ୍ୟରେ ଆଜି ସମସ୍ତେ ଅସୁରକ୍ଷିତ । ଦୋଷୀଙ୍କୁ ସୁରକ୍ଷା ଦେଉଛନ୍ତି ବିଜେପି ସରକାର । ତେଣୁ ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ବିଧାନସଭା ଆଗରେ “ନ୍ୟାୟ ମାର୍ଚ୍ଚ” କରିବ ମହିଳା କଂଗ୍ରେସ ବୋଲି ଆଜି ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟ କାର୍ୟ୍ୟାଳୟ ଇନ୍ଦିରା ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅଖିଳ ଭାରତ ମହିଳା କଂଗେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ।

ସେ କହିଛନ୍ତି,ପୀଡ଼ିତାଙ୍କୁ ନ୍ୟାୟ ଓ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ଯାଏଁ ଆମେ ଲଢ଼ିବୁ । ମୁଖ୍ୟମନ୍ତ୍ରୀ ଓଡ଼ିଶାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କହୁଛନ୍ତି ନାବାଳିକା ନିଜେ ନିଜକୁ ଜଳାଇ ଦେଲା । ମୁଖ୍ୟମନ୍ତ୍ରୀ ଏ କଥା କହି ତିନି ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ ଦେଇ ଦେଲେ । ପୀଡ଼ିତା ପରିବାରଙ୍କୁ ସୁରକ୍ଷା ସହ ଉଚିତ୍ ସହାୟତା ପ୍ରଦାନ କରନ୍ତୁ । ବିଜେପି ସରକାର ଫାଷ୍ଟ ଟ୍ରାକ କୋର୍ଟ ବସାଇ ମାମଲାରେ ଦୋଷୀଙ୍କୁ ଯଥାଶୀଘ୍ର ଦଣ୍ଡ ଦିଅନ୍ତୁ ବୋଲି ଶ୍ରୀମତୀ ଲାମ୍ବା ଦାବି କରିଛନ୍ତି।

  • Related Posts

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟ ବିଜେପି ସଭାପତି

    ଭୁବନେଶ୍ବର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ତିରୋଧାନ ଦିବସ । ଭୁବନେଶ୍ୱର ଏମ୍ସ ପରିସରରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ…

    Continue reading
    ସୁଲତାଙ୍କ ପୋଷ୍ଟକୁ ନେଇ ବଢ଼ିଲା ବିବାଦ, କ୍ୟାପିଟାଲ ଥାନାରେ ବିଜେପିର ଏତଲା

    ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ବିରୋଧରେ ଥାନାରେ ବିଜେପିର ଏତଲା। ଫ୍ଲାଗ୍ କୋଡ୍ ଉଲ୍ଲଂଘନ ସହ ଏଆଇ ଫଟୋର ଅପବ୍ୟବହାର କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଏକ ଏଆଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ