ରଥ ଉପରେ ଫୋନ୍ ବ୍ୟବହାର କରିବା ସମ୍ପୂର୍ଣ୍ଣ ନିଷିଦ୍ଧ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରଥଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ସହିତ ପହଣ୍ଡି ବିଜେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବସିଲା ସ୍ବତନ୍ତ୍ର ବୈଠକ । ରଥ ଉପରେ ଅଣ ସେବାୟତ ଚଢିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ଲାଗିଲା କଟକଣା ।ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ, ଚାରି ବାଡ଼ଗ୍ରାହୀଙ୍କ ସମେତ ଯୁବ ଓ ବରିଷ୍ଠ ଦଇତାପତି ମାନେ ଯୋଗ ଦେଇଥିଲେ ।
ଏନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି,”ଚଳିତ ବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତିରେ ଯେଭଳି କୌଣସି ବିଭ୍ରାଟ ନହୁଏ, ସେନେଇ ଦଇତାପତି ନିଯୋଗ ପ୍ରତିଶ୍ରୁତି ଦେଇଛି । ଉଭୟ ବରିଷ୍ଠ ଏବଂ ଯୁବ ଦଇତାପତି ମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ପହଣ୍ଡି ନୀତି କରିବେ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । “ସେହିପରି ଯୁବ ଦଇତାପତି ସେବକ ଭବାନୀ ଦାସ ମହାପାତ୍ର କହିଛନ୍ତି,”ରଥ ଉପରେ ସେବାୟତ ମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ କଟକଣା ରହିବ । ଅଣସେବାୟତ ରଥ ଉପରେ ଚଢି ପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ଦଇତାପତି ନିଯୋଗ ସ୍ବାଗତ କରିଥିବା ବେଳେ ଏହି ନିୟମ କିଭଳି ସଠିକ୍ ଭାବରେ ଅନୁପାଳନ ହେବ ସେ ଦିଗରେ ନିଯୋଗ ସମ୍ପୂର୍ଣ୍ଣ ସହଯୋଗ କରିବ ।”
ସେପଟେ ବୈଠକ ଶେଷ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଚଳିତ ବର୍ଷ ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି ସହିତ ଶୃଙ୍ଖଳିତ ପହଣ୍ଡି ନୀତି କିଭଳି ହୋଇପାରିବ ସେନେଇ ଦଇତାପତି ନିଯୋଗ ସହ ଆଲୋଚନା ହୋଇଛି । ପୂର୍ବବର୍ଷ ଆଡ଼ପ ପହଣ୍ଡି ବିଜେ ବେଳେ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ରଥରେ ଯେଉଁ ଅଘଟଣ ଘଟିଥିଲା, ତାହାର ଯେପରି ପୁନରାବୃତ୍ତି ନଘଟେ ସେନେଇ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବୈଠକରେ କୁହାଯାଇଛି । ଚଳିତ ବର୍ଷ ଠାକୁରଙ୍କର ନବଯୌବନ ଓ ନେତ୍ରୋତ୍ସବ ଗୋଟିଏ ଦିନରେ ପଡ଼ିଥିବାରୁ ଶୃଙ୍ଖଳିତ ନୀତିକାନ୍ତି ଏବଂ ଦର୍ଶନ ପାଇଁ ମଧ୍ୟ ଆଲୋଚନା ହୋଇଛି । ସେହିପରି ସ୍ନାନ ମଣ୍ଡପରେ କେତେକ ଅନଧିକୃତ ବ୍ୟକ୍ତି ପ୍ରବେଶ କରିଥିବା ଅଭିଯୋଗ ଆସିଥିବା ବେଳେ ଭିଡିଓ ଫୁଟେଜକୁ ତନଖି କରାଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବ । “ସେ ଆହୁରି ମଧ୍ୟ କହିଛନ୍ତି,”ରଥ ଉପରେ ଅଣ ସେବାୟତ ଚଢିବା, ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ରଥ ଉପରେ ଅଣ ସେବାୟତ ଧରାପଡିଲେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ। ରଥଯାତ୍ରା ପରଦିନ ଠାରୁ ନିଳାଦ୍ରୀ ବିଜେର ପୂର୍ବଦିନ ପର୍ୟ୍ୟନ୍ତ ଯେଉଁ ସମୟ ରହିଛି ,ସେହି ସମୟ ଭିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନେବାକୁ ଏଏସଆଇକୁ କୁହାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ସହିତ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ଆଗାମୀ ଦିନରେ ଆଲୋକୀକରଣ କରିବା ନିମନ୍ତେ ଏଏସଆଇ ସହିତ ଆଲୋଚନା ହୋଇଛି । ଗୁଣ୍ଡିଚା ମନ୍ଦିରର ବାହାର ପଟର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଶେଷ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ଦୁଇଟି ସୂଚନା କେନ୍ଦ୍ର ସହିତ ଏକ ଏଲଇଡି ବୋର୍ଡରେ ସୂଚନା ପ୍ରଦାନ ନେଇ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଉତ୍ତର ଦ୍ବାର ଠାରେ ରାମ୍ପ କାର୍ୟ୍ୟ ଶେଷ ହୋଇଥିବା ବେଳେ ନିଳାଦ୍ରୀ ବିଜେ ପରେ ବିଭିନ୍ନ ସେବାୟତ ନିଯୋଗ ସହିତ ଆଲୋଚନା କରାଯାଇ ଏହାର ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ।”

  • Garvita Odia

    Related Posts

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ଅନୁଗୁଳ:ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ କାର ଅନ୍ୟ ଏକ କାରକୁ ପଛପଟୁ ଧକ୍କା ଦେବା ଫଳରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ପତ୍ନୀ ଉର୍ମିଳା…

    ନଦୀରେ ବୁଡି ୨ ମୃତ

    ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଲୁଲୁଙ୍ଗ ନିକଟ ପଳପଳା ନଦୀରେ ବୁଡି ୨ ଜଣଙ୍କ ମୃତ୍ୟୁ । ମୃତ ଯୁବକ ମାନେ ବାରିପଦା ଓ୍ବାର୍ଡ ନମ୍ବର ୨୧ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଅଙ୍କିତ କୁମାର ଭୂଜବଳ ଏବଂ ରଘୁନାଥପୁର ଅଞ୍ଚଳର ଅଂଶୁମାନ…

    Leave a Reply

    Your email address will not be published. Required fields are marked *

    You Missed

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ନଦୀରେ ବୁଡି ୨ ମୃତ

    ନଦୀରେ ବୁଡି ୨  ମୃତ

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ବିମାନ ଦୁର୍ଘଟଣା: ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ବିମାନ ଦୁର୍ଘଟଣା:  ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ସମ ହସ୍ପିଟାଲରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

    ସମ ହସ୍ପିଟାଲରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା