ପାଣିପାଗ ପୂର୍ବାନୁମାନରେ ସହଯୋଗ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନସ

ଭୁବନେଶ୍ବର: ପାଣିପାଗ ପୂର୍ବାନୁମାନରେ ସହଯୋଗ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନସ । AI ପ୍ରୟୋଗରେ ମିଳିବ ପାଣିପାଗର ସଠିକ୍ ଆକଳନ ଏବଂ ଆଗୁଆ ଅପଡେଟ । ଏନେଇ ଆରମ୍ଭ ହୋଇଛି AI ପ୍ରୟୋଗ । ଗବେଷଣା ଚାଲିଛି ଯାହା ଦ୍ବାରା ପାଣିପାଗର ସଠିକ ଆକଳନ କରାଯାଇପାରିବ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ନାର୍ଦ୍ଦେଶକ ମୃତ୍ୟୁଜୟ ମହାପାତ୍ର ‌।

ମିଳିତ ଜାତିସଂଘ ପକ୍ଷରୁ ଭାରତ ପାଣିପାଗ ବିଭାଗର ମହା ନିର୍ଦ୍ଧେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସସକାୱା ଆୱାର୍ଡ଼ ମିଳିବା ପରେ ଛୁଟୁଛି ଶୁଭେଚ୍ଛାର ସୁଅ ।ଏନେଇ ଭୁବନେଶ୍ୱର ଗସ୍ତରେ ଥିବା ସମୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାଣିପାଗରେ AIର ପୂର୍ବାନୁମାନକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ ।ଏହି ଅବସରରେ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,”ବର୍ତ୍ତମାନ ସମୟରେ ପାଣିପାଗରେ AI ପ୍ରୟୋଗ କରାଯିବ । ପୂର୍ବାନୁମାନ ମଧ୍ୟ AI ଜରିଆରେ ଦିଆଯିବ । ଯାହା ଦ୍ବାରା ଜନ ସାଧାରଣ ପାଣିପାଗ ସମ୍ବନ୍ଧୀୟ କୌଣସି ବି ଖବର ଆଗୁଆ ପାଇପାରିବେ ।ଏନେଇ ଗବେଷଣା ମଧ୍ୟ ଚାଲିଛି । ଭାରତ ବର୍ଷରେ ବିପର୍ଯ୍ୟୟ ରୋକିବା ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ବିଶ୍ୱ ଗ୍ରହଣ କରିଛି । ବାତ୍ୟା କେଉଁଠି, କେତେବେଳେ, ତୀବ୍ରତା କଣ ରହିବ ତାର ସୂଚନା ଆଗୁଆ ଦିଆଯାଉଛି ।ଫଳରେ ଜିରୋ କାଜୁଆଲିଟିକୁ ବେଶ ଗୁରୁତ୍ୱ ଦିଆଯାଉଛି ।”

ସେ ଆହୁରି ମଧ୍ୟ କହିଛନ୍ତି,”ବଜ୍ରପାତର ସଚେତନତା ଆବଶ୍ୟକ ବଜ୍ରପାତ ଜନିତ ଘଟଣା ପାଇଁ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ଏନେଇ ଜନ ସଚେତନତାର ଆବଶ୍ୟକ ରହିଛି ।କାରଣ ଅଧିକାଂଶ ସମୟରେ ଯେତେବେଳେ କାଳବୈଶାଖୀ ବା ଘୂର୍ଣ୍ଣିଝଡ ଆସିଥାଏ । ସେହି ସମୟରେ ବିଜୁଳି ଘଡଘଡି ଓ ବଜ୍ରପାତରେ ଆକଳନ କରାଯାଏ । ବିଜ୍ଞାନ ମାଧ୍ଯମରେ ଏବେ ଏସବୁ କିଛି ପୂର୍ବାନୁମାନ କରାଯାଇ ସତର୍କତା ସୂଚନା ପ୍ରଦାନ ରାଯାଉଛି । ପାଣିପାଗ ସଠିକ ନିରୁପଣର ସଠିକ ଆକଳନ ସମ୍ପର୍କରେ ମୋସପ ଆପ ଜରିଆରେ ଯେକେହି ଦେଖି ପାରିବ‌ । ସେଥିରେ କେବଳ ଆଗାମୀ ୨୪ ଘଣ୍ଟା ନୁହେଁ ସାତ ଦିନ ପର୍ଯ୍ଯନ୍ତ କିପରି ରହିବ ପାଗ ଏବଂ କଣ ପଦେକ୍ଷପ ନେବେ, ଯାହାଫଳରେ କ୍ଷୟକ୍ଷତି ରୋକାଯାଇ ପାରିବ । ଅଧିକରୁ ଅଧିକ ସଠିକ ଆକଳନ ପାଇଁ ଆହୁରି ଡ୍ରପଲର ରାଡାର ମଧ୍ୟ ଲଗାଇବାକୁ ଲକ୍ଷ୍ୟ ରଖିଛୁ । ୨୦୨୭ରେ ୧୨୬ରାଡାର ବିଭିନ୍ନ ସ୍ଥାନରେ ଲଗାଇ ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା ପହଁଞ୍ଚାଇବା ପାଇଁ ଯୋଜନା ଚାଲିଛି।”

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ