ରବିବାର ଲଞ୍ଚ ହେବ ଇସ୍ରୋର ଇଓଏସ୍-୯ ମିଶନ

ନୂଆଦିଲ୍ଲୀ: ଇସ୍ରୋର ପିଏସ୍‌ଏଲ୍‌ଭି-ସି୬୧/ଇଓଏସ୍‌-୦୯ ମିଶନ ଉତ୍‌କ୍ଷେପଣ ତାରିଖ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ରବିବାର ସକାଳ ୫.୫୯ରେ ସତୀଶ ଧୱନ ମହାକାଶ କେନ୍ଦ୍ର ଶ୍ରୀହରିକୋଟାରୁ ଏହା ଲଞ୍ଚ୍‌ ହେବ । ଏହା ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ । ପିଏସ୍‌ଏଲ୍‌ଭି-ସି୬୧ ମିଶନ ଇଓଏସ୍‌-୯ (ରିସାଟ୍‌-୧ବି) ଉପଗ୍ରହକୁ ନେଇ ଯିବ । ଏହା ଏକ ଉନ୍ନତ ରାଡାର ଇମେଜିଂ ଉପଗ୍ରହ । ଏହାର ଓଜନ ୧,୭୧୦ କିଲୋଗ୍ରାମ୍‌ । ସି-ବ୍ୟାଣ୍ଡ୍‌ ସିନ୍ଥେଟିକ୍‌ ଅପର୍ଚର ରାଡାର (ଏସ୍‌ଏଆର୍‌) ଏହାକୁ ଦିନ- ରାତି, ଯେକୌଣସି ପାଣିପାଗରେ ହାଇ-ରିଜୋଲ୍ୟୁସନ ଚିତ୍ର ନେବାରେ ସାହାଯ୍ୟ କରେ ।
ଇଓଏସ୍‌-୯ର ମୁଖ୍ୟ ଉଦ୍ଦେଶ୍ୟ କୃଷି, ଜଙ୍ଗଲ ଉପରେ ନଜର, ବିପର୍ୟ୍ୟୟ ପ୍ରବନ୍ଧନ, ସହରୀ ଯୋଜନା ଓ ରାଷ୍ଟ୍ରୀୟ ସୁରକ୍ଷା ଭଳି କ୍ଷେତ୍ରରେ ସାହାଯ୍ୟ କରିବା । ଖାସ୍‌କରି ପହଲଗାମ୍‌ ଭଳି ଘଟଣା, ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ ଉପରେ ମଧ୍ୟ ଏହା ନଜର ରଖିପାରିବ । ସମ୍ବେଦନଶୀଳ ସୀମା ଓ ତଟୀୟ କ୍ଷେତ୍ରରେ ସୁରକ୍ଷାକୁ ଆହୁରି ବଢ଼ାଇବା ପାଇଁ ଏହି ଉପଗ୍ରହକୁ ତୁରନ୍ତ ଲଞ୍ଚ୍‌ କରିବାକୁ ଯୋଜନା ହୋଇଛି ।
ପିଏସ୍‌ଏଲ୍‌ଭି-ସି୬୧ ରକେଟ୍‌ ଇସ୍ରୋର ଏକ ବିଶ୍ୱସନୀୟ ଉତ୍‌କ୍ଷେପଣ ଯାନ । ଏହା ୧୦୦ରୁ ଅଧିକ ମିଶନକୁ ସଫଳତାପୂର୍ବକ ଲଞ୍ଚ୍‌ କରିଛି। ଏହି ରକେଟ୍‌ ବିଭିନ୍ନ ପ୍ରକାର ଉପଗ୍ରହକୁ କକ୍ଷକୁ ପଠାଇବା ପାଇଁ ପରିଚିତ । ଆଗାମୀ ଲଞ୍ଚ୍‌ ପୂର୍ବରୁ ରକେଟ୍‌କୁ ପିଆଇଏଫ୍‌ରେ ଏକୀକୃତ କରାଗଲା, ଏଥିରେ ଉପଗ୍ରହକୁ ଏହା ସହ ଯୋଡ଼ାଗଲା । ତା’ପରେ ଟାଇମ୍‌ଲାପ୍ସ ଭିଡିଓର ଦୃଶ୍ୟ ଅନୁସାରେ ଏହାକୁ ଏମ୍‌ଏସ୍‌ଟିକୁ ନିଆଗଲା । ସେଠାରେ ଅନ୍ତିମ ପ୍ରସ୍ତୁତି ଓ ପରୀକ୍ଷଣ କରାଗଲା ।

  • Garvita Odia

    Related Posts

    ନୂଆ ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

    ଭାରତୀୟ ନିର୍ବାଚନ କମିଶନ ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରିବେ। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଦେଶକୁ ନୂଆ ଉପ ରାଷ୍ଟ୍ରପତି ମିଳିବେ। ଏଥିପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।…

    ୨୯ରୁ ସଂସଦରେ ଅପରେସନ ସିନ୍ଦୂର ବିତର୍କ

    ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ କରିଥିବା ଅପରେସନ ସିନ୍ଦୂରକୁ ନେଇ ସଂସଦରେ ହେବ ବିତର୍କ। ବିରୋଧୀ ଅପରେସନ ସିନ୍ଦୂର ଉପରେ ବିତର୍କ କରିବାକୁ ଦାବି କରି ଆସୁଥିଲେ। ଏବେ ଜୁଲାଇ ୨୯ରୁ ସଂସଦରେ ଏହା ଉପରେ ବିତର୍କ ହେବ। ଲୋକସଭାରେ…

    Leave a Reply

    Your email address will not be published. Required fields are marked *

    You Missed

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କୁ  ଭେଟିଲେ ପ୍ରଭାତୀ ପରିଡ଼ା

    ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ନାରୀ ନ୍ୟାୟ ପାଇଁ  କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ