ରାଜ୍ୟ ମାନ୍ୟତା ଫେରି ପାଇବ ଜମ୍ମୁ-କାଶ୍ମୀର!


ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୃଥକ୍‌ ଭାବେ ଭେଟିବା ପରେ ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବା ଚର୍ଚ୍ଚା ଜୋର୍‌ ଧରିଛି। ମୋଦୀ ଏବଂ ଶାହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଛକୁ ପଛ ଭେଟିବା ପରେ ସୋସିଆଲ ଏ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମିଳିଥିବା ସୂଚନାନୁଯାୟୀ ଅଗଷ୍ଟ ୫ ତାରିଖ, ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ୬ ବର୍ଷ ପୂରିବାକୁ ଯାଉଥିବାବେେଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ଡିଏ ସାଂସଦମାନଙ୍କର ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପା‌ରେ ବୋଲି କୁହାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରକୁ ୨ ଭାଗରେ ବିଭକ୍ତ କରି ଜମ୍ମୁ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ଜମ୍ମୁ କାଶ୍ମୀରକୁ ରାଜ୍ୟମାନ୍ୟତା ଫେରାଇବା ପାଇଁ ଦୀର୍ଘ ଦିନରୁ ଦାବି ‌ହେଉଥିବାରୁ ସରକାର ଏଦିଗରେ କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସର ପ୍ରଥମ ୨ ଦିନରେ ଗୃହମନ୍ତ୍ରୀ ଶାହ ଜମ୍ମୁ କାଶ୍ମୀର ବିଜେପି ମୁଖ୍ୟ ସତ୍‌ ପଲ୍‌ ଶର୍ମା ଏବଂ ଲଦାଖ ଉପରାଜ୍ୟପାଳ କବିନ୍ଦର ଗୁପ୍ତାଙ୍କ ସହ ପୃଥକ୍‌ ବୈଠକ କରିଛନ୍ତି। ସୋମବାର ଅଲ୍‌ ଜେଜେ ସିଆ ଏସୋସିଏସନ୍‌ ସଭାପତି ଇମ୍ରାନ ରାଜା ଅନସାରୀ ମଧ୍ୟ ଶାହଙ୍କୁ ଭେଟିଛନ୍ତି ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବାସ୍ତବ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଜମ୍ମୁ କାଶ୍ମୀରକୁ ରାଜ୍ୟମାନ୍ୟତା ଦେବାପାଇଁ ଏକ ବିଧେୟକ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଧାରା ୩୭୦ ଉଚ୍ଛେଦ ହେବାପରଠାରୁ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାପାଇଁ ଦାବି ହୋଇଆସୁଛି। ୨୦୨୩ ଡିସେମ୍ବରରେ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ସହ ତୁରନ୍ତ ଜମ୍ମୁ କାଶ୍ମୀରର ରାଜ୍ୟ ମାନ୍ୟତା ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

  • Related Posts

    ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ପୁଣି ଥରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ଦିଲ୍ଲୀରେ କେନ୍ଦ୍ର ନେତୃତ୍ୱଙ୍କୁ ଭେଟି…

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଭୁବନେଶ୍ବର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ସ୍ଥାୟୀ ବେଞ୍ଚ ପାଇଁ ଅନେକ ରାଜ୍ୟରୁ ଦାବି ହେଉଛି। ହାଇକୋର୍ଟ ବିଭାଜନ ହେବା ଲୋକଙ୍କ ଦ୍ୱାରଦେଶରେ ନ୍ୟାୟ ପହଞ୍ଚିବା ପାଇଁ ବେଞ୍ଚ ପ୍ରତିଷ୍ଠା ଦାବି ସପକ୍ଷରେ ଆମେ ଥିଲୁ ଏବଂ…

    Leave a Reply

    Your email address will not be published. Required fields are marked *

    You Missed

    ଯୁବକଙ୍କୁ ଗୁଳିମାଡ଼, ଏସ୍‌ସିବିରେ ଭର୍ତ୍ତି

    ଯୁବକଙ୍କୁ ଗୁଳିମାଡ଼,  ଏସ୍‌ସିବିରେ ଭର୍ତ୍ତି

    ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ

    ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ

    ବଢ଼ିଲା ଆଇଏମ୍‌ଡିଙ୍କ ଡିଜି କାର୍ୟ୍ୟକାଳ

    ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    ଦିଲ୍ଲୀ ଗସ୍ତରେ  ଯିବେ ମୁଖ୍ୟମନ୍ତ୍ରୀ

    ବିଚିତ୍ର ସ୍ବାସ୍ଥ୍ୟସେବା, ଗୋଟିଏ ସିଲିଣ୍ଡରରେ 2 ନବଜାତକୁ ଅକ୍ସିଜେନ

    ବିଚିତ୍ର ସ୍ବାସ୍ଥ୍ୟସେବା, ଗୋଟିଏ ସିଲିଣ୍ଡରରେ 2 ନବଜାତକୁ ଅକ୍ସିଜେନ

    ବୁଧବାର କର୍ତ୍ତବ୍ୟ ଭବନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

    ବୁଧବାର କର୍ତ୍ତବ୍ୟ ଭବନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ