ରାଜ୍ୟ ମାନ୍ୟତା ଫେରି ପାଇବ ଜମ୍ମୁ-କାଶ୍ମୀର!


ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୃଥକ୍‌ ଭାବେ ଭେଟିବା ପରେ ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବା ଚର୍ଚ୍ଚା ଜୋର୍‌ ଧରିଛି। ମୋଦୀ ଏବଂ ଶାହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଛକୁ ପଛ ଭେଟିବା ପରେ ସୋସିଆଲ ଏ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମିଳିଥିବା ସୂଚନାନୁଯାୟୀ ଅଗଷ୍ଟ ୫ ତାରିଖ, ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ୬ ବର୍ଷ ପୂରିବାକୁ ଯାଉଥିବାବେେଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ଡିଏ ସାଂସଦମାନଙ୍କର ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପା‌ରେ ବୋଲି କୁହାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରକୁ ୨ ଭାଗରେ ବିଭକ୍ତ କରି ଜମ୍ମୁ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ଜମ୍ମୁ କାଶ୍ମୀରକୁ ରାଜ୍ୟମାନ୍ୟତା ଫେରାଇବା ପାଇଁ ଦୀର୍ଘ ଦିନରୁ ଦାବି ‌ହେଉଥିବାରୁ ସରକାର ଏଦିଗରେ କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସର ପ୍ରଥମ ୨ ଦିନରେ ଗୃହମନ୍ତ୍ରୀ ଶାହ ଜମ୍ମୁ କାଶ୍ମୀର ବିଜେପି ମୁଖ୍ୟ ସତ୍‌ ପଲ୍‌ ଶର୍ମା ଏବଂ ଲଦାଖ ଉପରାଜ୍ୟପାଳ କବିନ୍ଦର ଗୁପ୍ତାଙ୍କ ସହ ପୃଥକ୍‌ ବୈଠକ କରିଛନ୍ତି। ସୋମବାର ଅଲ୍‌ ଜେଜେ ସିଆ ଏସୋସିଏସନ୍‌ ସଭାପତି ଇମ୍ରାନ ରାଜା ଅନସାରୀ ମଧ୍ୟ ଶାହଙ୍କୁ ଭେଟିଛନ୍ତି ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବାସ୍ତବ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଜମ୍ମୁ କାଶ୍ମୀରକୁ ରାଜ୍ୟମାନ୍ୟତା ଦେବାପାଇଁ ଏକ ବିଧେୟକ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଧାରା ୩୭୦ ଉଚ୍ଛେଦ ହେବାପରଠାରୁ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାପାଇଁ ଦାବି ହୋଇଆସୁଛି। ୨୦୨୩ ଡିସେମ୍ବରରେ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ସହ ତୁରନ୍ତ ଜମ୍ମୁ କାଶ୍ମୀରର ରାଜ୍ୟ ମାନ୍ୟତା ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ