ରାହୁଲଙ୍କ ଏହି ଦାବିକୁ ଇସିଙ୍କ ଖଣ୍ଡନ

ନୂଆଦିଲ୍ଲୀ: ଗତବର୍ଷ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁନର୍ବାର ଅଭିଯୋଗ କରିଛନ୍ତି। ଶନିବାର ଇଣ୍ଡିଆନ ଏକ୍ସପ୍ରେସରେ ନି​‌ଜେ ଲେଖିଥିବା ଏକ ଆଲେଖ୍ୟକୁ ରାହୁଲ ସେୟାର କରିବା ପୂର୍ବକ ଏପରି ଅଭିଯୋଗ କରିଛନ୍ତି। ତେବେ ରାହୁଲଙ୍କ ଏପରି ଅଭିଯୋଗକୁ ନିର୍ବାଚନ ଆୟୋଗ (ଇସି) ଖଣ୍ଡନ କରିଛନ୍ତି। ଇସି କହିଛନ୍ତି ଯେ ନିର୍ବାଚନରେ ପରାସ୍ତ ହେବା ପରେ ଜଣେ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିବା ସମ୍ପୂର୍ଣ୍ଣ ରୂପେ ଅବାସ୍ତବ। ନିର୍ବାଚନ ଆୟୋଗଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ରାହୁଲ ଏପରି ଅଭିଯୋଗ କରିଛନ୍ତି। ୨୦୨୪ ନଭେମ୍ବରରେ ମହାରାଷ୍ଟ୍ର ନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ରାହୁଲ ଓ ତାଙ୍କ ଦଳ କଂଗ୍ରେସ ସେତେବେଳେ ମଧ୍ୟ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲା। ସେତେବେଳେ ମଧ୍ୟ କଂଗ୍ରେସର ପ୍ରତିଟି ଅଭିଯୋଗକୁ ଇସି ଖଣ୍ଡନ କରିବା ପୂର୍ବକ ଉତ୍ତର ଦେଇଥିଲେ। ଆଜି ରାହୁଲ ପୁନର୍ବାର ଅଭିଯୋଗ କରିବା ପରେ ଇସି ତାଙ୍କ ପୂର୍ବ ଉତ୍ତରକୁ ପୁଣି ଥରେ ଜାରି କରିଛନ୍ତି। ମହାରାଷ୍ଟ୍ର ନିର୍ବାଚନ ଶେଷ ପରେ କଂଗ୍ରେସ ନିର୍ବାଚନ ଜାଲିଆତି ନେଇ ଅଭିଯୋଗ କରିବା ପରେ ଡିସେମ୍ବର ୨୪ରେ ଇସି ଏହାର ଉତ୍ତର ଦେଇଥିଲେ। ଇସି ତାଙ୍କ ଉତ୍ତରକୁ ନିଜ ୱେବସାଇଟ୍‌ରେ ଅପଲୋଡ କରିଥିଲେ। ତେବେ ରାହୁଲ ଇସିଙ୍କ ଏହି ଉତ୍ତର ପରେ ନିର୍ବାଚନ ମତଦାନ ସମୟର ସିସି ଟିଭି ଫୁଟେଜ୍‌ ଦେବାଲାଗି ଦାବି କରିଛନ୍ତି।
ରାହୁଲ ତାଙ୍କ ଆଲେଖ୍ୟରେ ଲେଖିଛନ୍ତି ଯେ ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟକୁ ବିଜୟୀ କରିବା ଲାଗି ଏକପ୍ରକାର ଷଡଯନ୍ତ୍ର କରାଯାଇଥିଲା। ସେହିପରି ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ହେଉଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତ ନିଯୁକ୍ତି ନିୟମରେ ସରକାର ପରିବର୍ତ୍ତନ କରିବା ବିଷୟ ରାହୁଲ ଉଠାଇଛନ୍ତି। ରାହୁଲ କହିଛନ୍ତି ଯେ ନିଯୁକ୍ତି ନିୟମକୁ ସରକାର ପରିବର୍ତ୍ତନ କରି କମିଟିରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ହଟାଇଥିଲେ। ପ୍ରଧାନ ବିଚାରପତିଙ୍କ ସ୍ଥାନରେ ସରକାର ନିଜ ମନୋନୀତ ଜଣେ ମନ୍ତ୍ରୀଙ୍କୁ ସଦସ୍ୟ ରଖିଥିଲେ। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ମୋଟ ୨୮୮ଟି ଆସନରୁ ଏକାକୀ ୧୩୨ଟି ଆସନରେ ବିଜୟୀ ହୋଇଥିବାବେଳେ ଏହାର ଦୁଇ ସହଯୋଗୀ ଏନସିପି ଓ ଶିବସେନା ୯୮ଟି ଆସନରେ ବିଜୟୀ ହୋଇଥିଲେ। ଅନ୍ୟପଟେ କଂଗ୍ରେସ ଓ ଏହାର ଦୁଇ ସହଯୋଗୀ ଶିବସେନା (ୟୁବିଟି) ଓ ଏନସିପି (ଶରଦ ପୱାର) ମିଳିତ ଭାବେ ମାତ୍ର ୪୬ଟି ଆସନରେ ବିଜୟୀ ହୋଇଥିଲେ।

  • Garvita Odia

    Related Posts

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    ନୂଆଦିଲ୍ଲୀ: ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ବିଭିନ୍ନ ରାଜ୍ୟ କ୍ୟାଡରରୁ ମୋଟ ୩୫ ଜଣ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କୁ କେନ୍ଦ୍ରୀୟ ପଦବୀ ପାଇଁ…

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୦ତମ କିସ୍ତି ଅଗଷ୍ଟ ୨ତାରିଖରେ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍