
ନୂଆଦିଲ୍ଲୀ: ଭାରତୀୟ ସ୍ପିଡ ଷ୍ଟର ମହମ୍ମଦ ଶାମିଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ ୧୦ କୋଟି ଟଙ୍କାରେ କିଣିଛି। ତାଙ୍କୁ ନେବା ପାଇଁ ପ୍ରଥମେ ଚେନ୍ନାଇ ସୁପର କିଙ୍ଗସ ବିଡ ଲଗାଇଥିଲା। ହେଲେ କୋଲକାତା ସହ ଲଢ଼େଇ ପରେ ଚେନ୍ନାଇ ରେସରୁ ଓହରି ଯାଇଥିଲା। ୯.୭୫ କୋଟି ଟଙ୍କାରେ ଶାମିଙ୍କୁ କୋଲକାତା ଏକ ପ୍ରକାରର ନିଜ ସହ ସାମିଲ କରି ସାରିଥିଲା।
ଶାମିଙ୍କ ପୂର୍ବତନ ଟିମ ଗୁଜରାଟ ଟାଇଟନ୍ସ ମଧ୍ୟ ଆରଟିଏମ ବ୍ୟବହାର କରି ନଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ହାଇଦ୍ରାବାଦ ବିଡ ଲଗାଇ ଶାମିଙ୍କୁ ୧୦ କୋଟି ଟଙ୍କାରେ କିଣିଛି।