ଘର ସଫା କରିବ ରୋବଟ୍

ଭୁବନେଶ୍ବର,04/09:ଘରର ଚଟାଣକୁ ପୋଛାପୋଛି କରି ପରିଷ୍କାର ରଖିବା ପାଇଁ ଅତ୍ୟାଧୁନିକ ରୋବଟ୍‌ ଏବେ ଭାରତରେ ଉପଲବ୍ଧ ହେଲାଣି। ଡ୍ରିମ୍ ଟେକ୍‌ନୋଲୋଜି ପ୍ରସ୍ତୁତ ‘ଏଫ୍‌୧୦’ ସେଭଳି ଏକ ଶକ୍ତିଶାଳୀ ରୋବଟ୍‌। ଏହି ରୋବ୍‌ଟଟି ୫,୨୦୦ଏମ୍‌ଏଏଚ୍‌ ବ୍ୟାଟେରି ଦ୍ବାରା କାର୍ଯ୍ୟକ୍ଷମ। ଥରେ ଚାର୍ଜ କଲେ ଏହା ୩୦୦ ମିନିଟ୍‌ ଧରି ୨୭୦ ବର୍ଗମିଟର ଚଟାଣ ସଫା କରିପାରିବ ବୋଲି କମ୍ପାନିର ଦାବି। ଏହାର ଭାକ୍ୟୁମ୍‌ ସକ୍ସନ୍‌ ପାଵାର୍‌ ୧୩,୦୦୦ପିଏ। ସ୍ମାର୍ଟ ପାଥ୍‌ଫାଇଣ୍ଡର୍‌ ପ୍ରଯୁକ୍ତି ବଳରେ ଏହି ରୋବଟ୍‌ ଘରକୁ ସ୍କାନ୍‌ କରି ଏହାର ଏକ ମ୍ୟାପ୍‌ ପ୍ରସ୍ତୁତ କରିଥାଏ, ଯାହା ସାହାଯ୍ୟରେ ଚଟାଣରୁ ଧୂଳି ସଂଗ୍ରହ କରିବା ଓ ପୋଛା ମାରିବା କାମ ସୁଗମ ହୁଏ। ଏହା ଆପେଆପେ ଚାର୍ଜିଂ ଡକ୍‌ ନିକଟକୁ ଆସି ନିଜକୁ ଚାର୍ଜ କରିପାରେ। ଅବରୋଧ ଏଡ଼ାଇବା ଓ ଶିଡ଼ିରୁ ତଳକୁ ନ ଖସିବା ପାଇଁ ଏଥିରେ ସେନ୍‌ସର୍‌ ଲାଗିଛି। ଆଲେକ୍ସା, ସିରି, ଗୁଗଲ୍‌ ଆସିଷ୍ଟାଣ୍ଟ ଫିଚର୍‌ ମଧ୍ୟ ଏଥିରେ ରହିଛି। ଡ୍ରିମ୍ ଏଫ୍‌୧୦ ବର୍ତ୍ତମାନ ‘ଆମାଜନ୍‌’ରେ ୧୯,୯୯୯ ଟଙ୍କାରେ ବିକ୍ରି ହେଉଛି।

  • Related Posts

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ମୁମ୍ବାଇ : ଜ୍ୟୋତିର୍ମୟୀ ନାୟକ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ 16ର ଚାମ୍ପିଅନ୍ ମୁକୁଟ ପିନ୍ଧାଇଛନ୍ତି, ଏବଂ ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏଥିସହ ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଭାବେ ଜ୍ୟୋତିର୍ମୟୀ ନାୟକ…

    Continue reading
    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ ।ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ରଗ୍ରାଣ୍ଡ୍ ଫିନାଲେରେ ପହଞ୍ଚିଛନ୍ତି ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁଅଭିନନ୍ଦନ ଜଣାଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ