ସବୁ ବିଦ୍ୟାଳୟରେ ହେବ ଯୋଗ ଦିବସ

ଭୁବନେଶ୍ବର : ଆସନ୍ତା ୨୧ ତାରିଖରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ। ଚଳିତବର୍ଷର ବିଷୟବସ୍ତୁ ରହିଛି ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଚଳିତବର୍ଷ ଐତିହାସିକ ଯୋଗ ସଙ୍ଗମ (ଗଣ ଯୋଗ ପ୍ରଦର୍ଶନ) ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ ପର୍ୟ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ସୁସ୍ଥ ଜୀବନ ପାଇଁ ଯୋଗର ଲାଭ ସମ୍ପର୍କରେ ପିଲାମାନେ ଜାଣିବା ଉଦ୍ଦେଶ୍ୟରେ ଏଥର ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏନେଇ ସବୁ ରାଜ୍ୟକୁ ନିର୍ଦେଶ ଦିଆଯିବା ପରେ ରାଜ୍ୟରେ ବିଦ୍ୟାଳୟସ୍ତରରେ ଯୋଗ ଦିବସ ପାଳନ ପାଇଁ ତତ୍ପରତା ପ୍ରକାଶ ପାଇଛି।
ଏ ସମ୍ପର୍କରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶିକା ଅନନ୍ୟା ଦାସ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ପତ୍ର ଜରିଆରେ ଅବଗତ କରିଛନ୍ତି। ଆନ୍ତର୍ଜାତିକ ଯୋଗ ଦିବସ ପୋର୍ଟାଲରେ ଆୟୋଜକ ଭାବେ ବିଦ୍ୟାଳୟର ପଞ୍ଜୀକରଣ କରିବାକୁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କୁହାଯିବ। ବିଦ୍ୟାଳୟଗୁଡ଼ିକରେ ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ ପର୍ୟ୍ୟନ୍ତ ସ୍ବତନ୍ତ୍ର ଯୋଗ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଶିକ୍ଷାର୍ଥୀଙ୍କୁ ଯୋଗଦେବା ପାଇଁ ଉତ୍ସାହିତ କରାଯିବ। ଆୟୁଷ ମନ୍ତ୍ରଣାଳୟର ଏକକ ଯୋଗ ପ୍ରୋଟୋକଲକୁ ଅନୁକରଣ କରାଯିବ। ଏହା ମନ୍ତ୍ରଣାଳୟର ଆନ୍ତର୍ଜାତିକ ଯୋଗ ଦିବସ ପୋର୍ଟାଲରେ ୨୨ଟି ଭାରତୀୟ ଭାଷାରେ ଉପଲବ୍ଧ। ୨୧ ତାରିଖ ଦିନ ୨ଟା ସୁଦ୍ଧା ଯୋଗ ଦିବସରେ ସାମିଲ ଜିଲାୱାରୀ ବିଦ୍ୟାଳୟ/ଶିକ୍ଷାନୁଷ୍ଠାନ/ଛାତ୍ରଛାତ୍ରୀ/ଶିକ୍ଷକ-ଶିକ୍ଷୟିତ୍ରୀ/ଅଭିଭାବକ ସମ୍ପର୍କରେ ରାଜ୍ୟ ପ୍ରକଳ୍ପ କାର୍ୟ୍ୟାଳୟକୁ ଜଣାଯିବ।

  • Garvita Odia

    Related Posts

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ଅନୁଗୁଳ:ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ କାର ଅନ୍ୟ ଏକ କାରକୁ ପଛପଟୁ ଧକ୍କା ଦେବା ଫଳରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ପତ୍ନୀ ଉର୍ମିଳା…

    ନଦୀରେ ବୁଡି ୨ ମୃତ

    ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଲୁଲୁଙ୍ଗ ନିକଟ ପଳପଳା ନଦୀରେ ବୁଡି ୨ ଜଣଙ୍କ ମୃତ୍ୟୁ । ମୃତ ଯୁବକ ମାନେ ବାରିପଦା ଓ୍ବାର୍ଡ ନମ୍ବର ୨୧ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଅଙ୍କିତ କୁମାର ଭୂଜବଳ ଏବଂ ରଘୁନାଥପୁର ଅଞ୍ଚଳର ଅଂଶୁମାନ…

    Leave a Reply

    Your email address will not be published. Required fields are marked *

    You Missed

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ନଦୀରେ ବୁଡି ୨ ମୃତ

    ନଦୀରେ ବୁଡି ୨  ମୃତ

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ବିମାନ ଦୁର୍ଘଟଣା: ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ବିମାନ ଦୁର୍ଘଟଣା:  ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ସମ ହସ୍ପିଟାଲରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

    ସମ ହସ୍ପିଟାଲରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା