ସବୁ ବିଦ୍ୟାଳୟରେ ହେବ ଯୋଗ ଦିବସ

ଭୁବନେଶ୍ବର : ଆସନ୍ତା ୨୧ ତାରିଖରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ। ଚଳିତବର୍ଷର ବିଷୟବସ୍ତୁ ରହିଛି ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଚଳିତବର୍ଷ ଐତିହାସିକ ଯୋଗ ସଙ୍ଗମ (ଗଣ ଯୋଗ ପ୍ରଦର୍ଶନ) ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ ପର୍ୟ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ସୁସ୍ଥ ଜୀବନ ପାଇଁ ଯୋଗର ଲାଭ ସମ୍ପର୍କରେ ପିଲାମାନେ ଜାଣିବା ଉଦ୍ଦେଶ୍ୟରେ ଏଥର ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏନେଇ ସବୁ ରାଜ୍ୟକୁ ନିର୍ଦେଶ ଦିଆଯିବା ପରେ ରାଜ୍ୟରେ ବିଦ୍ୟାଳୟସ୍ତରରେ ଯୋଗ ଦିବସ ପାଳନ ପାଇଁ ତତ୍ପରତା ପ୍ରକାଶ ପାଇଛି।
ଏ ସମ୍ପର୍କରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶିକା ଅନନ୍ୟା ଦାସ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ପତ୍ର ଜରିଆରେ ଅବଗତ କରିଛନ୍ତି। ଆନ୍ତର୍ଜାତିକ ଯୋଗ ଦିବସ ପୋର୍ଟାଲରେ ଆୟୋଜକ ଭାବେ ବିଦ୍ୟାଳୟର ପଞ୍ଜୀକରଣ କରିବାକୁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କୁହାଯିବ। ବିଦ୍ୟାଳୟଗୁଡ଼ିକରେ ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ ପର୍ୟ୍ୟନ୍ତ ସ୍ବତନ୍ତ୍ର ଯୋଗ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଶିକ୍ଷାର୍ଥୀଙ୍କୁ ଯୋଗଦେବା ପାଇଁ ଉତ୍ସାହିତ କରାଯିବ। ଆୟୁଷ ମନ୍ତ୍ରଣାଳୟର ଏକକ ଯୋଗ ପ୍ରୋଟୋକଲକୁ ଅନୁକରଣ କରାଯିବ। ଏହା ମନ୍ତ୍ରଣାଳୟର ଆନ୍ତର୍ଜାତିକ ଯୋଗ ଦିବସ ପୋର୍ଟାଲରେ ୨୨ଟି ଭାରତୀୟ ଭାଷାରେ ଉପଲବ୍ଧ। ୨୧ ତାରିଖ ଦିନ ୨ଟା ସୁଦ୍ଧା ଯୋଗ ଦିବସରେ ସାମିଲ ଜିଲାୱାରୀ ବିଦ୍ୟାଳୟ/ଶିକ୍ଷାନୁଷ୍ଠାନ/ଛାତ୍ରଛାତ୍ରୀ/ଶିକ୍ଷକ-ଶିକ୍ଷୟିତ୍ରୀ/ଅଭିଭାବକ ସମ୍ପର୍କରେ ରାଜ୍ୟ ପ୍ରକଳ୍ପ କାର୍ୟ୍ୟାଳୟକୁ ଜଣାଯିବ।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

    ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ