
ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭ ଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ଗ୍ରାମବାସୀମାନେ ଭତ୍ତା,ବିଭିନ୍ନ ଅଙ୍ଗନବାଡି ଗୃହ ର ମରାମତି, ରାସ୍ତା ବିଷୟରେ ଅଭିଯୋଗ ଉଠାଇଥିଲେ। ଶ୍ରୀ ସିଂ ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ଶୁଣି ଯାଞ୍ଚ କରି ଶୀଘ୍ର ପଦକ୍ଷେପ ନେବାର ଆଶ୍ୱାସନ ଦେଇଥିଲେ.ଏହି ଅବସରରେ ଦଡୀଙ୍ଗିଆ ସରପଞ୍ଚ ଅଶୋକ କୁମାର ପ୍ରଧାନ ବ୍ଲକ ସଂଯୋଜକ କମଲ ପ୍ରସାଦ ନାୟକ,ବିଏସଏସଓ ରାମକୃଷ୍ଣ ବେହେରା, ଜିପିଡିଓ ମହେଶ ପଟ୍ଟନାୟକ, ଏମ ଆଇ କିରଣ ବେହେରା, ଓ ଏଲ ଏମ ଜୟଦେବ ପ୍ରଧାନ, ଏଡିଓ ସ୍ଵାଗତିକା ନାୟକ ସମେତ ବ୍ଲକ ର ସମସ୍ତ ଅଧିକାରୀ, ପଂଚାୟତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




