ବାଲିଘାଟରୁ ଶ୍ରମିକର ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ

ଦେବଗଡ଼:ଗତ ଜୁନ ମାସ ୨୧ ତାରିଖ ଦିନ ରାତିରେ ଦେବଗଡ଼ ଜିଲ୍ଲାର ବାରକୋଟ ଥାନାର ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକ ଇନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏସପି କିଶୋର ଚନ୍ଦ୍ର ମୁଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ବାରକୋଟ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା।ତେବେ ଆଜି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାରକୋଟ ଥାନାର ବାହାଡାପଶି ଗ୍ରାମର ପିତାମ୍ବର ପାତ୍ର(୩୩)। ପୁଲିସ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମାଞ୍ଜୁର ହେବାରୁ ‌ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଗତ ଜୁନ ମାସ ୧୯ ତାରିଖରେ ସିଂହଶାଳ ଗାଁର ଇନ୍ଦ୍ର ଚଟିଆବାଲି ବାଲି ଘାଟକୁ କାମ କରିବାକୁ ଯାଇଥିଲେ। କିନ୍ତୁ ଇନ୍ଦ୍ର ଘରକୁ ଫେରିନଥିବା ତାଙ୍କ ସ୍ତ୍ରୀ ବାରକୋଟ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହାର କିଛି ଦିନ ପରେ ଇନ୍ଦ୍ରଙ୍କ ମୃତ ଦେହ ପୁଲିସ ବାଲିଘାଟ ଉଦ୍ଧାର କରିଥିଲା।ହତ୍ୟାଘଟଣାରେ ସମ୍ପୃକ୍ତ ବାଲିଘାଟ ଠିକାଦାର,ପ୍ରୋକୋଲିନ୍‌ ଅପରେଟର,ହାଇଓ୍ବା ଚାଳକ ଓ ଅନ୍ୟମାନଙ୍କୁ ଗିରଫ ଦାବିରେ ସମ୍ପୃକ୍ତ ଅଞ୍ଚଳବାସୀ ଉକ୍ତ ବାଲିଘାଟ ନିକଟସ୍ଥ ବାହାଡ଼ାପୋଶି-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ। ପରେ ଜିଲ୍ଲାପ୍ରଶାସନ ଓ ପୁଲିସ ଅଞ୍ଚଳବାସୀକୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବାରକୋଟ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଅଭିଯୁକ୍ତ ହାଇୱା ଚାଳକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

  • Related Posts

    ଦଡୀଙ୍ଗିଆ ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ

    ରାଇକିଆ: ରାଇକିଆ ବ୍ଲକର ଦଡୀଙ୍ଗିଆ ପଞ୍ଚାୟତ ସଭା ଗୃହ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କଂହରଙ୍କ ଅଧ୍ୟକ୍ଷତାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଜନଶୁଣାଣୀରେ ମୋଟ ୧୧ ଟି ଅଭିଯୋଗ ମଧ୍ୟରେ ସାମୁହିକ ୪ଟି ଅଭିଯୋଗ ଏବଂ ୭…

    Continue reading
    ସାପକାମୁଡ଼ାରେ ପୁଅ ମୃତ, ବାପା ଗୁରୁତର

    ଦେବଗଡ଼: ସାପକାମୁଡ଼ାରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ ଝରାଗୋଗୁଆ ପଞ୍ଚାୟତ ତିଳେଇମାଳ ଗାଁରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସୂଚନା ଅନୁସାରେ, ତିଳେଇମାଳର ରାମଚନ୍ଦ୍ର କିଷାନଙ୍କ ପରିବାର ଲୋକେ ରବିବାର ରାତିରେ ଖାଇପିଇ ବାରଣ୍ଡାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ