
ଦେବଗଡ଼:ତିଲେଇବଣି ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇ ୧୬ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ମଧ୍ୟରେ ୬ଟି ବ୍ୟକ୍ତିଗତ ଏବଂ ୧୦ ଟି ସାମୁହିକ ଅଭିଯୋଗ ରହିଥିଲା। ଶିବିରରେ ଜନସାଧାରଣ ଘରବାରୀ ପଟ୍ଟା ପ୍ରଦାନ ,ରାସ୍ତା ନିର୍ମାଣ,ପୋଲ ନିର୍ମାଣ,ବିଦ୍ୟୁତ୍ ସଂଯୋଗୀକରଣ,ଶିକ୍ଷକ ନିଯୁକ୍ତି ତଥା ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ,ଏସିଏଫ୍ ଅରୁଣ ବେହେରା ,ଡେପୁଟି କଲେକ୍ଟର ପ୍ରିୟା ତିର୍କୀ,ତିଲେଇବଣି ବ୍ଲକ ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧା,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ,ଦେବଗଡ ତହସିଲଦାର କର୍ଣ୍ଣ ମଲ୍ଲିକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।




