‘ସଭାପତି ମୋତେ ଡାକିଥିଲେ, ଆଲୋଚନା କଲି

ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ହେବେ କି ନାହିଁ ? ତାଙ୍କ ପ୍ରତି ପାର୍ଟି କଣ ଆଭିମୁଖ୍ୟ ଗ୍ରହଣ କରିବ ? ନା ସେ ଦଳରୁ ଇସ୍ତଫା ଦେବା ପରେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବେ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଜଗନ୍ନାଥ ବୁଧବାର ବିଜେପି ରାଜ୍ୟ ମୁଖ୍ୟାଳୟରେ ପହଞ୍ଚି ପାର୍ଟିର ଶୃଙ୍ଖଳା କମିଟି ଆଗରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ।
ପାର୍ଟି କାର୍ୟ୍ୟାଳୟରୁ ବାହାରିବା ପରେ ଜଗନ୍ନାଥ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମୋତେ ଦଳୀୟ ସଭାପତି ଡାକିଥିଲେ। ମୁଁ ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ସଭାପତିଙ୍କ ସହ ଆଲୋଚନା କଲି। ଦଳୀୟ କାର୍ୟ୍ୟାଳୟରେ ଶୃଙ୍ଖଳାଗତ କମିଟିରେ ହାଜର ହେବା ସମୟରେ ଦଳୀୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ଘଟଣା କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ଜଣା ପଡୁନି। ’ପୂର୍ବରୁ ଜଗନ୍ନାଥ ପ୍ରଧାନ ଏକ୍ସରେ ପୋଷ୍ଟ କରି ଆଇନକୁ ସବୁ ପ୍ରକାରର ସହଯୋଗ କରିବି ବୋଲି କହିଥିଲେ। ସେ ଲେଖିଥିଲେ ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି। ମୁଁ ଆଗରୁ କହିଛି, ଏବେ ବି କହୁଛି ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ୟ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି।

ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ବିଏମସି କାର୍ୟ୍ୟାଳୟ ଭିତରେ ୫ରୁ ୬ ଦୁର୍ବୃତ୍ତ ମାଡ଼ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଉଥିବାର ବିଚଳିତ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ କମିଶନରେଟ୍ ପୋଲିସ ୫ ଜଣଙ୍କୁ ଗିରଫ କରି ସାରିଛି। ଗତକାଲି ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ପୁଲିସ ସୋମବାର ଦିନ ତିନିଜଣ ଅଭିଯୁକ୍ତ ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତ ବିଜେପିର ହୋଇଥିବା ବେଳେ ଦଳ ସମସ୍ତଙ୍କୁ ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରିଛି। ତେବେ ବିରୋଧୀ ଦଳ ବିଜେଡି ଓ ଓଏଏସ ସଂଘ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କରିଥିଲେ।

  • Related Posts

    ପଞ୍ଚାୟତ ଉପ-ନିର୍ବାଚନ କରିବା ପାଇଁ ଡରୁଛନ୍ତି ସରକାର:ଜୟଦେବ ଜେନା

    ଭୁବନେଶ୍ୱର: କେବେ ହେବ ପଞ୍ଚାୟତ ଉପ-ନିର୍ବାଚନ ? ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ବହୁ ଦିନ ଧରି ଖାଲି ପଡିଛି ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ମେମ୍ବର ଏବଂ ଜିଲ୍ଲା ପରିଷଦ ପଦବୀ ।…

    ବଡପଡା ଛାତ୍ରୀ ପୋଡି ଘଟଣା ଅନୁଧ୍ୟାନ କଲା ପିସିସି ଟିମ

    ପଟ୍ଟାମୁଣ୍ଡାଇ: ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମରେ ପିସିସି ଅନୁଧ୍ୟାନ ଟିମ୍ ପହଂଚି ନିଆଁରେ ପୋଡି ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ପରିବାରକୁ ଭେଟି ଏହି ସମ୍ବେଦନଶୀଳ ମାମଲାର ଅନୁଧ୍ୟାନ କରିଥିଲେ…

    Leave a Reply

    Your email address will not be published. Required fields are marked *

    You Missed

    ଭାରତ ଉପରେ ଆଜିଠାରୁ କାର୍ୟ୍ୟକାରୀ ହେବ ଟ୍ରମ୍ପ୍‌ ଶୁଳ୍କ

    ଭାରତ ଉପରେ ଆଜିଠାରୁ କାର୍ୟ୍ୟକାରୀ ହେବ ଟ୍ରମ୍ପ୍‌ ଶୁଳ୍କ

    ରେଳ ଧାରଣା ଉପରେ ପଥର: ଟଳିଗଲା ବଡ଼ ଅଘଟଣ

    ରେଳ ଧାରଣା ଉପରେ ପଥର: ଟଳିଗଲା ବଡ଼ ଅଘଟଣ

    ଦୁର୍ଘଟଣାରେ ଦୁଇ ବୁଲେଟ୍‌ ଆରୋହୀ ମୃତ

    ଦୁର୍ଘଟଣାରେ ଦୁଇ ବୁଲେଟ୍‌ ଆରୋହୀ ମୃତ

    ଅପରାହ୍ନ ୩ଟାରେ ଜରୁରୀ ବୈଠକ ଡ଼ାକିଲେ ମୁଖ୍ୟମନ୍ତ୍ରୀ

    ଅପରାହ୍ନ ୩ଟାରେ ଜରୁରୀ ବୈଠକ ଡ଼ାକିଲେ ମୁଖ୍ୟମନ୍ତ୍ରୀ

    ଭାରତ ଗସ୍ତରେ ଆସିବେ ପୁଟିନ୍

    ଭାରତ ଗସ୍ତରେ ଆସିବେ ପୁଟିନ୍

    ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

    ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା