ପଞ୍ଚାୟତ ଉପ-ନିର୍ବାଚନ କରିବା ପାଇଁ ଡରୁଛନ୍ତି ସରକାର:ଜୟଦେବ ଜେନା

ଭୁବନେଶ୍ୱର: କେବେ ହେବ ପଞ୍ଚାୟତ ଉପ-ନିର୍ବାଚନ ? ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ବହୁ ଦିନ ଧରି ଖାଲି ପଡିଛି ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ମେମ୍ବର ଏବଂ ଜିଲ୍ଲା ପରିଷଦ ପଦବୀ । ଏଥିପାଇଁ ଗତ ମେ’ ମାସ ୨୦ ତାରିଖରେ ବାହାରି ଥିଲା ନୋଟିଫିକେସନ । ହେଲେ ବିଜ୍ଞପ୍ତି ପ୍ରକାଶର କିଛି ସମୟ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ କୁମାର ଦାସ ପ୍ରେସମିଟ୍ କରି କହିଥିଲେ ଯେ ସ୍ଥଗିତ ରହିଲା ପଞ୍ଚାୟତ ଉପ-ନିର୍ବାଚନ । ମୌସୁମୀ ପାଇଁ ସ୍ଥଗିତ ରଖିବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି କ୍ଷ
ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, “ସରକାର ଆଉ ପଞ୍ଚାୟତ ଉପ ନିର୍ବାଚନ କରିବେ ନାହିଁ । ଖାଲି ପଞ୍ଚାୟତ ଉପ-ନିର୍ବାଚନ ନୁହଁ ଆଗକୁ ପଞ୍ଚାୟତ ନିର୍ବାଚନ ଏବଂ କଲେଜ ନିର୍ବାଚନ ମଧ୍ୟ ଏମାନେ କରି ପାରିବେ ନାହିଁ । ସବୁ ନିର୍ବାଚନ ଏ ସରକାର ବନ୍ଦ କରିଦେବ । କାହିଁକି ନା ଏମାନେ କେଉଁ ମୁହଁରେ ଲୋକମାନଙ୍କ ପାଖକୁ ଯିବେ ଭୋଟ ମାଗିବାକୁ । ସରକାରକୁ ଆସିବା ପୂର୍ବରୁ ଯାହା କହିଥିଲେ ତାକୁ ପୂରଣ କରି ପାରୁ ନାହାନ୍ତି । ବିଜେପି ରାଜ୍ୟ ସଭାପତି କହିଥିଲେ ଲୋକମାନଙ୍କ ଚିଟଫଣ୍ଡ୍ ପଇସା ଫେରାଇବେ । ତେବେ କେତେ ବାଟ ଗଲା । ଏବେ ସରକାର ମହିଳା ମାନଙ୍କ ସୁରକ୍ଷା ନେଇ ହରଡଘଣାରେ ସେମାନେ କେମିତି ଯିବେ ଲୋକୋ ମାନଙ୍କ ପାଖକୁ । ସେଥିପାଇଁ ଆଉ ନିର୍ବାଚନ କରିବା ପାଇଁ ଡରୁଛନ୍ତି ସରକାର । ନ ହେଲେ ପଞ୍ଚାୟତ ଉପ-ନିର୍ବାଚନ ପାଇଁ ସକାଳୁ ନୋଟିଫିକେସନ ସନ୍ଧ୍ୟାରେ ସ୍ଥଗିତ କରିଥାନ୍ତେ । କହିଲେ ପ୍ରାକ୍ ମୌସୁମୀ ପାଇଁ, ବର୍ଷା ଦିନରେ କଣ ଭୋଟ ଲୋକେ ଦେଇପାରିବେ ନାହିଁ । ତେଣୁ ସରକାର ଏବେ ବ୍ୟାକଫୁଟରେ ।”

  • Related Posts

    ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

    ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ…

    Continue reading
    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ