ସାରା ବିଶ୍ୱ ଭାରତର ଶକ୍ତି, ସାମର୍ଥ୍ୟ ଦେଖିଲା: ରାଜନାଥ ସିଂ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ସଫଳ କରିଛନ୍ତି ଭାରତୀୟ ସେନା । ବିଶ୍ୱରେ ଭାରତ ମୁଣ୍ଡକୁ ଉଚ୍ଚ କରିଛନ୍ତି ବାୟୁବୀର । ଭାରତର ସୀମା ସୁରକ୍ଷିତ ରହିଛି । ସାରା ବିଶ୍ୱ ଦେଖିଲା ଆମ ସେନାଙ୍କ ପରାକ୍ରମ । ଭୁଜ୍ ଏୟାରବେସ୍ ସୁରକ୍ଷିତ ଅଛି । ପାକିସ୍ତାନକୁ ଦିନରେ ତାରା ଦେଖାଇଛୁ । ବ୍ରହ୍ମୋସ ମିସାଇଲର ତାକତକୁ ମାନିଛି ପାକିସ୍ତାନ । ସାରା ବିଶ୍ୱ ଭାରତ ଶକ୍ତି, ସାମର୍ଥ୍ୟ ଦେଖିଲା । ଟ୍ରେଲର ଦେଖିଛନ୍ତି କିଛି ଦିନ ପରେ ପୁରା ଫିଲ୍ମ ଦେଖିବ ବିଶ୍ୱ । ଗୁଜରାଟ ଭୁଜ ଏୟାରବେସ୍‌ରେ ବାୟୁସେନାଙ୍କୁ ଭେଟିବା ସହ ପାକିସ୍ତାନକୁ କଡ଼ା ଚେତବାନୀ ଦେଇ ରଣହୁଙ୍କାର ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ଗୁଜରାଟ ଭୁଜ ଏୟାରବେସରେ ବାୟୁସେନାଙ୍କୁ ଭେଟି ମନୋବଳ ବଢାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାୟୁସେନାଙ୍କୁ ସମ୍ବୋଧୀତ କରିବା ସହିତ ଆତଙ୍କୀସ୍ଥାନକୁ କଡା ଚେତାବନୀ ଦେଇଛନ୍ତି । ସମ୍ବୋଧନରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ” ଭୁଜ ଏୟାରବେସ୍ ୧୯୬୫ରେ ପାକିସ୍ତାନ ବିପକ୍ଷରେ ବିଜୟର ସାକ୍ଷୀ ହୋଇଛି । ଆଜି ବି ପାକ୍ ବିପକ୍ଷରେ ବିଜୟର ସାକ୍ଷୀ ହେଲା । ଭୁଜ ମାଟିରେ ଦେଶ ଭକ୍ତିର ବାସ୍ନା ଅଛି । ଆଜି ଏଠାରେ ଉପସ୍ଥିତ ହୋଇ ଗର୍ବ ଅନୁଭବ କରୁଛି । ଅପରେସନ ସିନ୍ଦୂରରକୁ ତୁମେ ସଫଳ କରି ଦେଖାଇଛ । ବିଶ୍ୱ ଆଗରେ ଭାରତର ମୁଣ୍ଡ ଉଚ୍ଚା କରିଛ । ଅପରେସନ୍ ସିନ୍ଦୂର ଏବେ ବି ଚାଲିଛି । ଏହି ଅପରେସନ୍ ଜରିଆରେ ତୁମେ ଯାହା କରିଛ ସବୁ ଭାରତୀୟଙ୍କୁ ଗର୍ବିତ କରିଛି । ମାତ୍ର ୨୩ ମିନିଟ୍‌ରେ ପାକିସ୍ତାନରେ ବଢୁଥିବା ଆତଙ୍କୀ ଆଡ୍ଡାକୁ ଛାରଖାର କରିଥିଲ ।”

  • Garvita Odia

    Related Posts

    ନୂଆ ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

    ଭାରତୀୟ ନିର୍ବାଚନ କମିଶନ ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରିବେ। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଦେଶକୁ ନୂଆ ଉପ ରାଷ୍ଟ୍ରପତି ମିଳିବେ। ଏଥିପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।…

    ୨୯ରୁ ସଂସଦରେ ଅପରେସନ ସିନ୍ଦୂର ବିତର୍କ

    ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ କରିଥିବା ଅପରେସନ ସିନ୍ଦୂରକୁ ନେଇ ସଂସଦରେ ହେବ ବିତର୍କ। ବିରୋଧୀ ଅପରେସନ ସିନ୍ଦୂର ଉପରେ ବିତର୍କ କରିବାକୁ ଦାବି କରି ଆସୁଥିଲେ। ଏବେ ଜୁଲାଇ ୨୯ରୁ ସଂସଦରେ ଏହା ଉପରେ ବିତର୍କ ହେବ। ଲୋକସଭାରେ…

    Leave a Reply

    Your email address will not be published. Required fields are marked *

    You Missed

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ରୂପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ନକଲି ଚାଷୀ:ଚଳିତ ବର୍ଷ ହେବ ଫର୍ମର e-kyc

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ମମତା ବାନାର୍ଜୀଙ୍କ ସହିତ ଆଳୁ ସମ୍ପର୍କରେ ଆଲୋଚନା କରିବେ ମନ୍ତ୍ରୀ

    ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କୁ  ଭେଟିଲେ ପ୍ରଭାତୀ ପରିଡ଼ା

    ନାରୀ ନ୍ୟାୟ ପାଇଁ କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ନାରୀ ନ୍ୟାୟ ପାଇଁ  କଂଗ୍ରେସ ପକ୍ଷରୁ ଆପ୍ ଉନ୍ମୋଚିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

    ସୋଆ ଏସ୍ଏଚ୍ଏମ୍ର ୧୩ ତମ ବାର୍ଷିକ ଉତ୍ସବ ପାଳିତ