ସୂଚନା ଅଧିକାର ଆଇନ ଅଧୀନରେ ଆସିବ ବିସିସିଆଇ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟ ବୁଧବାର ଲୋକସଭାରେ ଜାତୀୟ କ୍ରୀଡ଼ା ବିଧେୟକ ଆଗତ କରିଛନ୍ତି। ଏହି ବିଧେୟକ ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଆଇନ୍‌ରେ ପରିଣତ ହେବ। ଏହି ବିଧେୟକର ଅନ୍ୟତମ ମୁଖ୍ୟାଂଶ ହେଉଛି ବିଶ୍ବର ସବୁଠାରୁ ଧନଶାଳୀ ଓ ପ୍ରଭାବଶାଳୀ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ଏଣିକି ଏକ ଜାତୀୟ କ୍ରୀଡ଼ା ମହାସଂଘ ଭାବେ ପରିଗଣିତ ହେବ। ଫଳରେ ଏହା ସୂଚନା ଅଧିକାର ଆଇନ୍‌ ଅଧୀନକୁ ଆସିପାରିବ। ୨୦୧୧ରୁ କେନ୍ଦ୍ର ସରକାର ବିସିସିଆଇକୁ ସୂଚନା ଅଧିକାର ଆଇନ୍‌ ଅଧୀନକୁ ଆଣିବାର ପ୍ରୟାସ କରି ଆସୁଥିଲେ। ତେବେ ବିସିସିଆଇ ଏହାକୁ ବିରୋଧ କରିଆସୁଛି। ବିସିସିଆଇ ଯୁକ୍ତି ବାଢ଼ିଆସିଛି ଯେ, ଏହା ଏକ ସ୍ବୟଂଶାସିତ କ୍ରୀଡ଼ା ସଂଘ। ଏହା ଆଇସିିସି ଅଧୀନରେ ରହିଛି। ବିସିସିଆଇର ନିଜସ୍ବ ସମ୍ବିଧାନ ରହିଛି; ଯାହା ଆଇସିସି ଦ୍ବାରା ଅନୁମୋଦିତ। ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ଏହା ସରକାରଙ୍କଠାରୁ ବାର୍ଷିକ ଅନୁଦାନ ନିଏନାହିଁ। ଏହା ନିଜେ ରାଜସ୍ବ ଆୟ କରିଥାଏ ଏବଂ ଏଥିରେ ଦେଶରେ କ୍ରିକେଟ୍‌ ପରିଚାଳନା କରିଥାଏ। ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ମଧ୍ୟ ବିସିସିଆଇ ପ୍ରଦତ୍ତ ଅର୍ଥରେ କ୍ରିକେଟ୍‌ ଚଳାଇଥାଆନ୍ତି। ତେଣୁ ସୂଚନା ଅଧିକାର ଆଇନ୍ ପରିସରଭୁକ୍ତ ହେବନାହିଁ ବୋଲି ବିସିସିଆଇ ଜିଦ୍ ଧରିଥିଲା। ହେଲେ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ଜାତୀୟ କ୍ରୀଡ଼ା ବିଧେୟକ ଆଇନ୍‌ରେ ପରିଣତ ହେଲେ ବିସିସିଆଇ ସୂଚନା ଅଧିକାର ଆଇନ୍ ଅଧୀନକୁ ଆସିବା ବାଧ୍ୟତାମୂଳକ ହୋଇଯିବ।

ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ବିସିସିଆଇ ବାର୍ଷିକ ସ୍ବୀକୃତି ପାଇଁ ଆବେଦନ କରିବ ଏବଂ ଏବେ ଚାଲିଥିବା ଓ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ଆଇନ୍‌ଗତ ମାମଲା ଜାତୀୟ କ୍ରୀଡ଼ା ଟ୍ରାଇବୁନାଲ ଜରିଆରେ ସମାଧାନ ହେବ। କୌଣସି ବିବାଦ ହେଲେ ବିସିସିଆଇ କିମ୍ବା ଏହାର ଅନୁବନ୍ଧିତ ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ସିଧାସଳଖ କୌଣସି ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ ନାହିଁ। ସେପ୍ଟେମ୍ବରରେ ବିସିସିଆଇର ନିର୍ବାଚନ ହେବା ପରେ ଏହାକୁ ଜାତୀୟ କ୍ରୀଡ଼ା ବୋର୍ଡଠାରୁ ସ୍ବୀକୃତି ପାଇଁ ଆବେଦନ କରିବାକୁ ପଡ଼ିବ। ଜାତୀୟ କ୍ରୀଡ଼ା ବିଧେୟକ ଆଇନ୍‌ରେ ପରିଣତ ହେଲେ ଏହାକୁ ଦେଶର ସମସ୍ତ ଆଇନ୍ ମାନିବାକୁ ପଡ଼ିବ। ସରକାରଙ୍କଠାରୁ ଏହା ଟଙ୍କାଟିଏ ନେଉ ନ ଥିଲେ ମଧ୍ୟ ଜାତୀୟ କ୍ରୀଡ଼ା ଆଇନ୍‌କୁ ଏହାକୁ ମାନିବାକୁ ପଡ଼ିବ। ତେବେ ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ବିସିସିଆଇ ମଧ୍ୟ ଏକ ସ୍ବୟଂଶାସିତ ସଂସ୍ଥା ଭାବେ ପରିଗଣିତ ହେବ ବୋଲି ନୂତନ ବିଧେୟକର ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି।

  • Garvita Odia

    Related Posts

    ଚତୁର୍ଥ ଟେଷ୍ଟ: ଯଶସ୍ୱୀ, ସୁଦର୍ଶନଙ୍କ ଅର୍ଦ୍ଧଶତକ; ଭାରତ ୪/୨୬୪

    ମାଞ୍ଚେଷ୍ଟର: ବୁଧବାରଠାରୁ ଓଲ୍‌ଡ ଟ୍ରାପୋର୍ଡରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି । ପୂରା ଶୃଙ୍ଖଳା ପରି ଏହି ମ୍ୟାଚ୍ ରେ ପ୍ରଥମ ଦିନ ବେଶ୍ ସଂଘର୍ଷପୂର୍ଣ ମୁକାବିଲା ଦେଖୁବାକୁ ମିଳିଛି। ଉଭୟ ଦଳ ପ୍ରଥମ ଦିନରେ ସମ୍ମାନ…

    ରିଷଭ ପନ୍ତ ଆହତ

    ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜର ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ବ୍ୟାଟିଂ କରୁଥିବା ସମୟରେ ରିଷଭ ପନ୍ତ ଆହତ ହୋଇଥିଲେ । ପାଦରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍କାନ କରାଯାଇଛି । ଏବେ ସ୍କାନ…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ ପରଫର୍ମାନ୍ସ ରିପୋର୍ଟ

    ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ  ପରଫର୍ମାନ୍ସ ରିପୋର୍ଟ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ଅଶ୍ଳୀଳ କଣ୍ଟେଣ୍ଟ: ବ୍ୟାନ ହେଲା ୨୫ଟି ଭିଡିଓ ପ୍ଲାଟଫର୍ମ

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ବଢିଲା ବୁଣାକାର ଶ୍ରମିକଙ୍କ ଭତ୍ତା

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଦୀର୍ଘ ସମୟ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବାରେ ଇନ୍ଦିରା ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ମୋଦି

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ