ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି)କୁଜଣାଇଥିଲା ଯେ, ଭାରତ ସରକାର ଟିମ୍ ପାକିସ୍ତାନ ପଠାଇବାକୁ ମନ କରିଛନ୍ତି। ତେଣୁ ଭାରତ ପାଇଁ ଏକ ହାଇବ୍ରିଡ ମଡେଲ କରାଯାଇ ଟୁର୍ନାମେଣ୍ଟ କରାଯାଉ। ଯେତେବେଳେ କି ପାକିସ୍ତାନ ଏହାର ସୀମା ମଧ୍ୟରେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ କରିବାକୁ ଅଧିକାର ପାଇଛି।

 

କିଛିଦିନ ତଳେ ଭାରତୀୟ ଦଳର ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଜଣେ ପ୍ରଶଂସକ ପାକିସ୍ତାନ ନ ଯିବାର ପଛର କାରଣ ସମ୍ପର୍କରେ ପ୍ରଶ୍ନ କରିଥିଲେ। ତେବେ ଏହାର ଉତ୍ତରରେ ସୂର୍ଯ୍ୟକୁମାର କହିଥିଲେ କି ଏହି ମାମଲା ଖେଳାଳୀମାନଙ୍କ ହାତରେ ନାହିଁ।

 

ବୁଧବାର ପାକିସ୍ତାନର ହ୍ୱାଇଟ-ବଲ୍ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ସୂର୍ଯ୍ୟକୁମାରଙ୍କ ମନ୍ତବ୍ୟ ଉପରେ ତାଙ୍କ ମତାମତ ପଚାରିଥିଲେ କିଛି ସାମ୍ବାଦିକ। ଏହାର ଜବାବରେ ରିଜୱାନ୍ କହିଛନ୍ତି ଯେ, ଭାରତୀୟ ଖେଳାଳିଙ୍କୁ ପାକିସ୍ତାନରେ ପ୍ରଶଂସକଙ୍କ ତରଫରୁ ସ୍ୱାଗତ କରାଯିବ, ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ବୋର୍ଡ ଏବଂ ସରକାର ଶୀଘ୍ର ଏହି ପ୍ରସଙ୍ଗରେ ଏକ ନିଷ୍ପତ୍ତି ନେଇପାରିବେ।

 

“କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ ସମସ୍ତେ ସ୍ୱାଗତଯୋଗ୍ୟ। ସମସ୍ତ ଖେଳାଳି ଆସିବେ, ଆମେ ସେମାନଙ୍କୁ ସ୍ୱାଗତ କରିବୁ। ଏହା ଆମର ନିଷ୍ପତ୍ତି ନୁହେଁ, ଏହା ପିସିବିର ନିଷ୍ପତ୍ତି। ଯାହା ନିଷ୍ପତ୍ତି ନିଆଯିବ, ଆଶା କରୁଛି ସେମାନେ ସମସ୍ତେ ଆଲୋଚନା କରିବେ ଏବଂ ସଠିକ୍ ନିଷ୍ପତ୍ତି ନେବେ। କିନ୍ତୁ ଆମେ ଆଶାବାଦୀ ଯେ ଯଦି ଭାରତୀୟ ଖେଳାଳି ଆସିବେ ତେବେ ଆମେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିବୁ।

 

ଅନ୍ୟପଟେ ଏକ ରିପୋର୍ଟରେ ଅନୁଯାୟୀ ଯଦି ଉଭୟ ବୋର୍ଡ ଏକ ନିରପେକ୍ଷ ଷ୍ଟାଡିୟମ ପାଇଁ ରାଜି ହେବେ ନାହିଁ, ତେବେ ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର ହୋଇପାରେ। ଏଥିସହିତ କିଛି ସହ କରୁଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ ଦୁଇ ଦଳ ମଧ୍ୟରୁ କୌଣସି ଦଳ ବିନା ଅନୁଷ୍ଠିତ ହୋଇପାରେ, କିନ୍ତୁ ଏଭଳି ହେଲେ ଆଇସିସି ଏବଂ ଏହାର ଆୟ ଉପରେ ଏକ ବଡ଼ ଆର୍ଥିକ ପ୍ରଭାବ ପକାଇବ।

Related Posts

ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

Continue reading
ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

Continue reading

Leave a Reply

Your email address will not be published. Required fields are marked *

You Missed

ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

ଘର ସଫା କରିବ ରୋବଟ୍

ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର