ହଂସିକାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ପୋଲିସ

ଭୁବନେଶ୍ୱର: ଅନିଲ- ହଂସିକା ଗିରଫ ମାମଲାରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଅଭିଯୋଗ ପରେ ହଂସିକାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ପୋଲିସ । ଶୁକ୍ରବାର ଜେଏମ୍‌ଏଫ୍‌ସି କୋର୍ଟରେ ଏନେଇ ଆବେଦନ କରାଯିବ ବୋଲି ସୂଚନା ମିଳିଛି । ରିମାଣ୍ଡ ସମୟରେ ହଂସିକାଙ୍କ ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ଝାଡ଼ଖଣ୍ଡରୁ କଲଗାର୍ଲ୍‌ ଆଣି କାହାକୁ ଯୋଗାଇଥିଲେ ହଂସିକା, ତାର ଛାନଭିନ କରିବ କମିଶନରେଟ ପୋଲିସ ।

ତେବେ ଜାନୁଆରୀ ୧୯ ତାରିଖରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଅଭିଯୋଗ ପରେ ଇନ୍‌ଫୋସିଟି ଥାନାରେ ପୁଣି ଏକ ମାମଲା ରୁଜୁ ହୋଇଥିଲା । ଏତଲା ଦେଇଥିଲେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ର ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ଏମ୍‌.କେ ଦାସ । ସେ ଏତଲାରେ ଦର୍ଶାଇଛନ୍ତି, ହଂସିକା ଦେଶ-ବିଦେଶରୁ ଯୁବତୀଙ୍କୁ ଆଣି ନେତା, ଖଣି ବ୍ୟବସାୟୀ ଓ ବଡ଼ ବଡ଼ ଅଧିକାରୀମାନଙ୍କ ପାଖକୁ ପଠାଉଥିଲେ । ସେହି ଯୁବତୀଙ୍କ ଜରିଆରେ ଅନ୍ତରଙ୍ଗ ସମୟର ଫଟୋ ସଂଗ୍ରହ କରୁଥିଲେ ହଂସିକା । ତା’ପରେ ସେ ଫଟୋ ଜରିଆରେ ବ୍ଲାକ୍‌ ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏସବୁ ତଥ୍ୟ ହଂସିକାଙ୍କ ମୋବାଇଲ୍‌ରୁ ମିଳିବା ପରେ ଥାନାରେ ଅଭିଯୋଗ ହୋଇଛି ।ପୋଲିସ ମାମଲା ରୁଜୁ କରି ହଂସିକାଙ୍କ ବିରୋଧରେ ଆଇପିସି ଦଫା ୧୨୦ ବି (ଅପରାଧିକ ଷଡଯନ୍ତ୍ର), ଇମୋରାଲ୍‌ ଟ୍ରାଫିକିଂ (ପ୍ରିଭେନ୍‌ସନ୍‌) ଆକ୍ଟ-୫ ଲଗାଇଛି ।

  • Related Posts

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ : ପୁରୀ ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଶଗୋବା ଗାଁର ନାରାୟଣ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଜଣଙ୍କ ଅଟକ ରଖି…

    ଯୁବକଙ୍କୁ ଗୁଳିମାଡ଼, ଏସ୍‌ସିବିରେ ଭର୍ତ୍ତି

    କଟକ: ନୂଆବଜାର ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ (୨୦) ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ତାଙ୍କ ଡାହାଣ…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍