ହଂସିତା ଏବଂ ଅନିଲଙ୍କୁ ଜାମିନ

କଟକ: ହଂସିତା ଅଭୀଲିପ୍ସା ଏବଂ ତାଙ୍କ ସହଯୋଗୀ ଅନିଲ ମହାନ୍ତିଙ୍କୁ ସୋମବାର କୋର୍ଟରୁ ମିଳିଛି ଜାମିନ। ହାଇକୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ୫୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ଜାମିନ ମିଳିଛି। ମୂଳ ଠକେଇ ମାମଲାରେ ଉଭୟଙ୍କୁ ଜାମିନ ମିଳିଛି।

ହଂସିତା ଅଭୀଲିପ୍ସାଙ୍କ ଠକେଇ ପଦାକୁ ଆସିବା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। କନ୍ଧମାଳରୁ ଆସିଥିବା ଏହି ମହିଳା ଖୁବ୍‌ କମ୍‌ ସମୟରେ ଭୁବନେଶ୍ୱରରେ ନିଜ କାୟା ବିସ୍ତାର କରିଥିଲେ। ସେ ବିବାହିତ ହୋଇ ମଧ୍ୟ ଠିକଣା ବଦଳାଇ ଅନିଲ ମହାନ୍ତିଙ୍କ ସହ ମିଶି ସ୍ବାମୀ-ସ୍ତ୍ରୀର ପରିଚୟ ଦେଇ ଠକେଇ ମାଧ୍ୟମରେ ପର୍ୟ୍ୟାପ୍ତ ଅର୍ଥ ଉପାର୍ଜନ କରିଥିବା ଖବର ପଦାକୁ ଆସିଥିଲା।
ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ହେଉଛି ଯେ, ହଂସିତା ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଅନିଲଙ୍କୁ ଜ୍ୱାଇଁ ପରିଚୟ ଦେଇ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଠକି ଚାଲିଥିଲେ। ଗତ ମାସ ଶେଷ ଆଡ଼କୁ ସେମାନଙ୍କ କଳାକାରନାମା ଆସିବା ପରେ ବହୁ ଗୁମୁର କଥା ପଦାକୁ ଆସୁଛି। ଏବେ ରାଜ୍ୟରେ ଭାଜପା ସରକାର ଚାଲିଛି। କେତେକ ଭାଜପା ନେତା କହୁଛନ୍ତି ହଂସିତା-ଅନିଲ ଯୋଡ଼ିଙ୍କ ସହ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଭିଜିଲାନ୍ସ ବିଭାଗ ଏହି ଘଟଣାର ତଦନ୍ତ କରୁଛି।

  • Related Posts

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାରେ ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୁଲିସ। ତାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସବୁ…

    ଯୁବତୀଙ୍କୁ ଉଠାଇ ନେଲେ

    ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ