ଗୋଷ୍ଠୀ ସଂଘର୍ଷ, ୩ ମୁଣ୍ଡ ମୃତ

ଗଞ୍ଜାମ: ଖାରିପଲ୍ଲୀ ଗାଁରେ ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ ଏବଂ ଏହି ଗୋଷ୍ଠୀ ସଂଘର୍ଷରେ ୩ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ ମଧ୍ୟରେ ବାପା ଓ ପୁଅ ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗଞ୍ଜାମ ଜିଲାର ଖାରିପଲ୍ଲୀ ଗାଁ ରକ୍ତରଞ୍ଜିତ ହୋଇଛି। ଖାରିପଲ୍ଲୀ ଗାଁରେ ଗୋଷ୍ଠୀ ସଂଘଷ ଯୋଗୁଁଁ ୩ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଗୋଷ୍ଠୀର ଲୋକେ ୨ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ୨ଜଣ ବାପା ଓ ପୁଅ ବୋଲି ସୂଚନା ମିଳିଛି। ବେହେରା ଓ ରତ୍ନାକର ବେହେରାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଏହି ଗୋଷ୍ଠୀ ସଂଘର୍ଷରେ ଅନ୍ୟଗୋଷ୍ଠୀର ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତକ ରମେଶ ବେହେରା ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାରେ ପୁଲିସ ୧୦ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ୩ ବର୍ଷ ତଳୁ ଗୁଣିଗାରେଡ଼ିକୁ ନେଇ ବିବାଦ ଲାଗିି ରହିଥିଲା। ଗୁଣିଗାରେଡିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଖାରିପଲ୍ଲୀ ଗାଁରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପାଠ୍ୟପୁସ୍ତକ ତ୍ରୁଟି ମାମଲା; ୨୦୦ରୁ ୨୫୦ ଜଣ ସମ୍ପୃକ୍ତ କହିଲେ କ୍ରାଇମବ୍ରାଞ୍ଚ ଡିଜି

    ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ