୨୦୨୬ରୁ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା

ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୬ରୁ ବର୍ଷକୁ ୨ଟି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ଶିକ୍ଷା ବର୍ଷରେ ଶିକ୍ଷାର୍ଥୀମାନେ ଦୁଇ ଥର ବୋର୍ଡ ପରୀକ୍ଷା ଦେବାର ସୁଯୋଗ ପାଇବେ। ୨୦୨୬ରୁ ସିବିଏସ୍‌ଇ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ କରିବ ବୋଲି ଆଜି ଘୋଷଣା କରିଛି।

ସିବିଏସ୍‌ଇର ଘୋଷଣା ଅନୁଯାୟୀ, ପ୍ରଥମ ବୋର୍ଡ ପରୀକ୍ଷା ଫେବୃଆରୀ ମାସରେ ଅନୁଷ୍ଠିତ ହେବ। ଏହା ବାଧ୍ୟତାମୂଳକ। ଅର୍ଥାତ ସମସ୍ତ ସିବିଏସ୍‌ଇ ୧୦ମ ଶ୍ରେଣୀ ପିଲା ଏହି ପରୀକ୍ଷା ଦେବାକୁ ବାଧ୍ୟ। ପ୍ରଥମ ବୋର୍ଡ ପରୀକ୍ଷା ପରେ ମେ’ ମାସରେ ପିଲାଙ୍କୁ ଆଉ ଏକ ସୁଯୋଗ ମିଳିବ। ମେ’ ମାସରେ ହେବାକୁ ଥିବା ପରୀକ୍ଷା ସଂପୂର୍ଣ୍ଣ ଭାବେ ଇଚ୍ଛାଧୀନ ରହିବ।ଯେଉଁ ପିଲାମାନେ ଚାହିଁବେ, ଏହି ପରୀକ୍ଷା ଦେଇ ପରିବେ। ପିଲାଙ୍କୁ ନିଜର ମାର୍କ ବୃଦ୍ଧି କରିବାକୁ ଏହି ପରୀକ୍ଷା ଗୋଟିଏ ସୁଯୋଗ ଦେବ। ଏହାର ଅର୍ଥ ଯଦି କୌଣସି ପିଲା ପ୍ରଥମ ବୋର୍ଡ ପରୀକ୍ଷାରେ ଭଲ ମାର୍କ ରହିବ ନାହିଁ ବୋଲି ଅନୁଭବ କରୁଛନ୍ତି, ତା’ହେଲେ ସେ ମେ’ ମାସରେ ଦ୍ୱିତୀୟ ପରୀକ୍ଷା ଦେଇପାରିବେ।

କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଶିକ୍ଷା ନୀତିରେ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷାର ବ୍ୟବସ୍ଥା ରହିଛି। ଏହାକୁ ସିବିଏସ୍‌ଇ ୧୦ ଶ୍ରେଣୀ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସଂଯମ ଭରଦ୍ୱାଜ କହିଛନ୍ତି, “ପ୍ରଥମ ପର୍ୟ୍ୟାୟ ପରୀକ୍ଷା ଫେବୃଆରୀ ଓ ଦ୍ୱିତୀୟ ପରୀକ୍ଷା ମେ’ ମାସରେ ହେବ। ଏପ୍ରିଲ ଓ ଜୁନ ମାସରେ ଯଥାକ୍ରମେ ଦୁଇଟି ଯାକ ପରୀକ୍ଷା ଫଳ ପ୍ରକାଶ ପାଇବ। ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ। ଦ୍ୱିତୀୟ ପରୀକ୍ଷା ଇଚ୍ଛାଧୀନ। ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ ଭାଷା ବିଷୟ ଭିତରୁ ୩ଟିରେ ମାର୍କ ବୃଦ୍ଧି ପାଇଁ ପରୀକ୍ଷା ଦେବାକୁ ମଧ୍ୟ ଅନୁମତି ପାଇବେ।”

ସିବିଏସ୍‌ଇ କହିଛି ଯେ ଶୀତ କାଳୀନ ସ୍କୁଲର ୧୦ମ ଶ୍ରେଣୀ ପିଲାମାନେ ଦୁଇଟି ବୋର୍ଡ ପରୀକ୍ଷା ମଧ୍ୟରୁ ଗୋଟିଏକୁ ବିକଳ୍ପ ଭାବେ ବାଛି ପାରିବେ।

  • Garvita Odia

    Related Posts

    ବେଙ୍ଗାଲୁରୁର ୪୦ ସ୍କୁଲକୁ ବୋମା ଧମକ

    ନୂଆଦିଲ୍ଲୀ: ବେଙ୍ଗାଲୁରୁର ୪୦ ସ୍କୁଲ୍‌କୁ ବୋମା ଧମକ। ଖବର ପାଇବା ପରେ ବେଙ୍ଗାଲୁରୁ ପ୍ରଶାସନ ସତର୍କ ହେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବେଙ୍ଗାଲୁରୁ ସହରର ୪୦ଟି ଘରୋଇ ସ୍କୁଲ୍‌କୁ ଶୁକ୍ରବାର ଇମେଲ୍‌…

    କାର୍‌ -ଟ୍ରକ ଧକ୍କା:୪ ମୃତ

    ନୂଆଦିଲ୍ଲୀ: ତେଲେଙ୍ଗାନା ରଙ୍ଗାରେଡ୍ଡୀରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ରଙ୍ଗାରେଡ୍ଡୀ ଜିଲ୍ଲା ବେଙ୍ଗାଲୁରୁ ଗେଟ୍‌ ନିକଟରେ କାର୍‌ ଓ ଟ୍ରକ ଧକ୍କା ହୋଇ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି

    ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି

    ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ

    ରାଜଧାନୀରେ  ଯୁବକଙ୍କୁ  ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ

    ବେଙ୍ଗାଲୁରୁର ୪୦ ସ୍କୁଲକୁ ବୋମା ଧମକ

    ବେଙ୍ଗାଲୁରୁର ୪୦ ସ୍କୁଲକୁ ବୋମା ଧମକ

    କାର୍‌ -ଟ୍ରକ ଧକ୍କା:୪ ମୃତ

    କାର୍‌ -ଟ୍ରକ ଧକ୍କା:୪ ମୃତ

    ମାର୍ଗଦର୍ଶିକା: ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର ପାଇଁ ନିର୍ଦ୍ଦେଶ

    ମାର୍ଗଦର୍ଶିକା: ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର ପାଇଁ ନିର୍ଦ୍ଦେଶ

    ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣା, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

    ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣା, ହାଇକୋର୍ଟରେ  ଜନସ୍ୱାର୍ଥ ମାମଲା