ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି

ବାଲେଶ୍ୱର : ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି । ଏହି କମିଟି ୧୮ ଓ ୧୯ ତାରିଖ ଦୁଇ ଦିନ ଧରି କଲେଜ ପରିସରରେ ତଦନ୍ତ କରିବ । ତଦନ୍ତ ବେଳେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ସଦସ୍ୟମାନେ ବ୍ୟକ୍ତିଗତ ଉପସ୍ଥିତ ରହିବାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏ ସମ୍ପର୍କିତ ଚିଠି ଗୁରୁବାର କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ନିକଟକୁ ଆସିଛି । ଇଣ୍ଟିଗ୍ରେଟେଡ୍‌ ବିଇଡି ବିଭାଗର ଛାତ୍ରୀ ସୌମ୍ୟାଶ୍ରୀ ଜୁନ୍‌ ୩୦ ତାରିଖରେ ନିଜ ବିଭାଗର ଏଚ୍‌ଓଡିଙ୍କ ବିରୋଧରେ ପ୍ରଥମେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ଜୁଲାଇ୧ରେ କଲେଜ ପକ୍ଷରୁ ଇଣ୍ଟରନାଲ କମ୍ପେ୍ଲନ୍‌ କମିଟି (ଆଇସିସି) ଗଠନ କରାଯାଇଥିଲା । ଏଚ୍‌ଓଡିଙ୍କ ବିରୋଧରେ ତଦନ୍ତ କରି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସେହିଦିନ ସୌମ୍ୟାଶ୍ରୀ କମିଟିକୁ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ମହାବିଦ୍ୟାଳୟର ୩ଜଣ ଛାତ୍ରୀ ପୂର୍ବରୁ ଆଇସିସି କମିଟିରେ ରହିଥିଲେ । ଘଟଣା ପରେ ଆଇସିସି କମିଟିରେ ରହିଥିବା ୩ଜଣ ଛାତ୍ରୀଙ୍କ ସହଯୋଗକୁ ନେଇ ପ୍ରଶ୍ନ ଉଠିଥିଲା ।

ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି ଆସିବା ଏବଂ ସମସ୍ତ ଆଇସିସି ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ୬ଜଣ ସଦସ୍ୟ ମନସ୍ତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଜୟଶ୍ରୀ ମିଶ୍ର, ପଦାର୍ଥବିଜ୍ଞାନର ସହକାରୀ ପ୍ରଫେସର ଡ. ମୌସୁମୀ ଦାସ୍‌, ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଡ. ମିନତୀ ସେଠୀ, ବରିଷ୍ଠ ସହାୟକ ପ୍ରଭାତ କୁମାର ମହାରଣା, ଲାବରେଟୋରି ଆସିଷ୍ଟାଣ୍ଟ ବନ୍ଦିତା ପରିଡ଼ା, ବାଲେଶ୍ୱର ନାରୀ ସଂଘ ସଭାପତି ଗୋପାମୁଦ୍ରା ମହାପାତ୍ରଙ୍କ ବ୍ୟତୀତ ଓମ୍‌କାର ରାଉତ, ମୋହିତ କୁମାର ସାହୁ, ଦୀପ୍ତେଶୁ ଦେ, ଜ୍ୟୋତିପ୍ରକାଶ ବିଶ୍ୱାଳ ପ୍ରମୁଖ ୪ଜଣ ଛାତ୍ରଙ୍କ ନାମ ଚିଠିରେ ଉଲ୍ଲେଖ ରହିଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ