ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ ଉଦ୍ୟୋଗର ଚିନ୍ତାଧାରା ଉପସ୍ଥାପନ କରିଥିଲେ।
ଅଧ୍ୟକ୍ଷ ରଥ ନିଜ ବକ୍ତବ୍ୟରେ ଛାତ୍ରୀଛାତ୍ରମାନେ କେବଳ ଚାକିରି ପଛରେ ନ ଦୌଡ଼ି ନୂତନ ଚିନ୍ତାଧାରା ଓ ଉଦ୍ୟୋଗ ମାଧ୍ୟମରେ କିପରି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ, ସେ ନେଇ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମରେ ଛାତ୍ର ଜଗମୋହନ ଚନ୍ଦ୍ର ମଲ୍ଲିକ ‘ସର୍ଭିସ୍‌ ଆପ୍‌’ ଉପରେ ନବୀକରଣ ପ୍ରକଳ୍ପ ଉପସ୍ଥାପନ କରିଥିବା ବେଳେ ପ୍ରକାଶ ବେହେରା ‘ଭେଜିଟେବୁଲ୍‌ ଫ୍ରିଜର’ ଉପରେ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେହିପରି ଛାତ୍ରୀ ଝୁଲତା ପ୍ରଧାନ ଜୈବିକ ସାର ପ୍ରସ୍ତୁତି, ଛାତ୍ର ଅଜୁ ଦିଗାଲ ଦେଶୀ ସାମଗ୍ରୀରେ ଚା’ ପ୍ରସ୍ତୁତି ସମ୍ପର୍କିତ ‘ଗୋଲ୍ଡେନ୍‌ ଟି’ ପ୍ରକଳ୍ପ ଏବଂ ଛାତ୍ରୀ ସାନିଆ ପ୍ରଧାନ କନ୍ଧମାଳର ବିଭିନ୍ନ ଉତ୍ପାଦିତ ଦ୍ରବ୍ୟ ଉପରେ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଏଥିସହ ବିଭିନ୍ନ ନୂତନ ଉଦ୍ୟୋଗ ଓ ନବୀକରଣମୂଳକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇକିଆ ଗ୍ରାମୀଣ ନବରତ୍ନ ଗ୍ୟାସ୍‌ ଏଜେନ୍ସିର ମ୍ୟାନେଜର ରାଜେନ୍ଦ୍ର ପାଳ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉଦ୍ଭାବନୀ ଚିନ୍ତାଧାରାର ପ୍ରଶଂସା କରିଥିଲେ। ଅଧ୍ୟାପକ ବେଣୁପାଣି ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ନବୀକରଣ ଓ ଉଦ୍ୟୋଗର ସଂଯୋଜକ ସାରଙ୍ଗଧର ମାମ୍ବାଲାକା, ଅଧ୍ୟାପକ ଡ. ସନ୍ତୋଷ କୁମାର ନାୟକ, ଅଧ୍ୟାପକ ବିଶ୍ୱବିହାରୀ ଦଳେଇ ଓ ଅଧ୍ୟାପିକା ମଞ୍ଜୁଳା ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଶେଷରେ ଅଧ୍ୟାପିକା ଲିଜାଲିନ୍‌ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ପ୍ରମୋଦ କୁମାର ନାୟକ, ଅଧ୍ୟାପିକା ଗୀତାଞ୍ଜଳି ଗନ୍ତାୟତ, ଫିର୍ଦୋଷୀ ପ୍ରଧାନ, ଦିବ୍ୟାଜ୍ୟୋତି ମଲ୍ଲିକଙ୍କ ସମେତ ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading
    ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ବାଣ୍ଟିଲେ ପୋଲିସ କମିଶନର

    ଖୋର୍ଦ୍ଧା: ବନ୍ୟା ପ୍ରଭାବିତ ଅଂଚଳରେ ପୋଲିସ କମିଶନରଙ୍କ ରିଲିଫ ବଣ୍ଟନ। ପୋଲିସ କମିସନର ଏସ୍ ଦେବଦତ୍ତ ସିଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ଟିଙ୍କିପଡା ଗାଁରେ ରିଲିଫ ବଣ୍ଟନ କରିଛନ୍ତି। ଏହି ଅବସରରେ ବନ୍ୟା ପ୍ରଭାବିତଙ୍କ ସହ ବିଭିନ୍ନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ