୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

ଭୁବନେଶ୍ୱର : ଆସନ୍ତା ବିଧାନସଭା ଅଧିବେଶନ ଘେରାଉ କରିବେ କେବଳ ମହିଳା । ପ୍ରାୟ ୨୦ ହଜାର ମହିଳା ଏକତ୍ରିତ ହୋଇ ବିଧାନସଭା ସମ୍ମୁଖରେ ନିଜର ସୁରକ୍ଷା, ସ୍ୱାଭିମାନ ଓ ଅଧିକାର ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । କଂଗ୍ରେସ ଏହି ବିଧାନସଭା ଘେରାଉର ନେତୃତ୍ୱ ନେବ । ଏଥିରେ କୌଣସି ପୁରୁଷ ଯୋଗ ଦେବେ ନାହିଁ କେବଳ ମହିଳାମାନେ ଏହାର ନେତୃତ୍ୱ ନେବେ । ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ନାରୀ ସୁରକ୍ଷା ପ୍ରସଙ୍ଗରେ ଲଢେଇ କରି ଆସୁଥିବା କଂଗ୍ରେସ ତା’ର ଆଭିମୁଖେ ଆହୁରି ସ୍ପଷ୍ଟ ଓ ଶାଣିତ କରିବ ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ଭକ୍ତ । ଯଦି ସରକାର ଏହି ସମସ୍ୟାର ସମାଧାନ ନ କରନ୍ତି, ଏହି ଲଢେଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ସେ କହିଛନ୍ତି ।
ରାଜ୍ୟରେ ବନ୍ୟା କାରଣରୁ ପ୍ରଭାବିତ ବିଭିନ୍ନ ସ୍ଥାନରେ ଲୋକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଏହି ସମୟରେ ନାରୀମାନଙ୍କୁ ନେଇ ଆଗାମୀ ଦିନରେ ରଣନୀତି କ’ଣ ରହିବ, ଗଣମାଧ୍ୟମରେ କରାଯାଇଥିବା ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

  • Garvita Odia

    Related Posts

    ଶିଳ୍ପାୟାନ ନାମରେ ସରକାର ପ୍ରକୃତି ସହ ଖେଳୁଛନ୍ତି:ଭକ୍ତ

    ଭୁବନେଶ୍ବର: ସରକାରୀସ୍ତରରେ ବନ୍ୟା ନିୟନ୍ତ୍ରଣ ପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଶିଳ୍ପାୟାନ ନାମରେ ସରକାର ପ୍ରକୃତି ସହ ଖେଳୁଛନ୍ତି। ନଦୀଜଳକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ସଠିକ ଯୋଜନା କିମ୍ବା ଆଗତ ଦୂରଦୃଷ୍ଟି ନାହିଁ।…

    ବିଜେପି ଅଫିସରେ ପ୍ରୟାସକାନ୍ତି

    ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି ଅଫିସରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ନିଜ ସହଯୋଗୀଙ୍କ ସହ ଦେଖିବାକୁ ମିଳିଛି । ଗତ ମେ ମାସରେ ପ୍ରୟାସକାନ୍ତି ବିଜେଡି ଛାଡ଼ିଥିବାରୁ ସେ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ