୩୦ କୋଟିର ମାରିଜୁଆନା ଜବତ

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ମାରିଜୁଆନା (ଇଡ୍ରୋଫନିକ ଉଇଡ) ଜବତ କରାଯାଇଛି। ବ୍ୟାଙ୍କକ୍‌ରୁ ବିମାନବନ୍ଦର ଦେଇ ଚାଲାଣ ହେଉଥିବାବେଳେ କଷ୍ଟମ (ସୀମାଶୁଳ୍କ) ବିଭାଗ ଓ ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ(ଡିଆର୍‌ଆଇ) ଏହାକୁ ଜବତ କରିଛି। ଏହି ମାରିଜୁଆନା ଚୋରା ଚାଲାଣରେ ସମ୍ପୃକ୍ତି ଥିବା‌ ଅଭିଯୋଗରେ ୩ ଜଣଙ୍କୁ କାବୁ କରାଯାଇଛି। ସେମାନେ ହେଲେ ମହମ୍ମଦ ଜାନ୍, ମୋହିତ ଓ ବମତି। ଘର ଉତ୍ତରପ୍ରଦେଶ ଆଗ୍ରାର ଫତେପୁର ସିକ୍ରି ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ପ୍ରାୟ ୩୦ କିଲୋ ମାରିଜୁଆନା ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ସୀମାଶୁଳ୍କ ବିଭାଗ।ତଥ୍ୟ ଅନୁଯାୟୀ, ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରୁ ଏହି ନିଶାଦ୍ରବ୍ୟକୁ ନେଇ ୩ ଯୁବକ ଏକ ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇଥିଲେ। ସେମାନେ ଦିଲ୍ଲୀ ଯିବା ଲାଗି ଅପେକ୍ଷା କରିଥିଲେ। କିନ୍ତୁ ୩ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ସୀମାଶୁଳ୍କ ଓ ଡିଆର୍‌ଆଇର ସନ୍ଦେହ ହୋଇଥିଲା। ସେମାନଙ୍କ ୩ଟି ବ୍ୟାଗ୍‌କୁ ଯାଞ୍ଚ ପରେ ସେଥିରୁ ମାରିଜୁଆନା ବାହାରି ଥିଲା। ପରେ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଆସନ୍ତାକାଲି ଗିରଫ କରାଯାଇ ଅଦାଲତରେ ହାଜର ସହ ରିମାଣ୍ଡରେ ଅଣାଯିବ ବୋଲି ସୀମାଶୁଳ୍କ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଉକ୍ତ ନିଶା ଜର୍ମାନୀରୁ ଉତ୍ପାଦିତ କରାଯାଇଥାଏ। ଜର୍ମାନୀରୁ ବ୍ୟାଙ୍କକ୍‌ ଭାୟା ଓଡ଼ିଶା ଦେଇ ଦିଲ୍ଲୀକୁ ମାରିଜୁଆନା ଚୋରାଚାଲାଣ କରାଯାଉଥିଲା। ଏହାର ବଜାର ମୂଲ୍ୟ କିଲୋ ପିଛା ୧ କୋଟି ଟଙ୍କା। ୩ ଅଭିଯୁକ୍ତ ପୂର୍ବରୁ କେତେଥର ବ୍ୟାଙ୍କକ୍ ଯାଇ ମାରିଜୁଆନା ଆଣିଛନ୍ତି, ସେନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରୁଛି।

  • Garvita Odia

    Related Posts

    ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

    ଭୁବନେଶ୍ୱର: ସହକର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ଡରିଯାଇଥିଲେ ଜଣେ ସହକାରୀ ଯନ୍ତ୍ରୀ। ଭିଜିଲାନ୍ସ ଚଢ଼ାଉରୁ ବର୍ତ୍ତିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ବାହାରପଟୁ ତାଲା ପକାଇ ଦେଇଥିଲେ। ଆଉ ଦିନ ସାରା ପୂରା ପରିବାର ସହିତ ଘର ଭିତରେ…

    ଓଟିଇଟି ପ୍ରଶ୍ନପତ୍ର ଲିକ୍ , ୬ ଗିରଫ

    ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜ୍ୟ କ୍ରାଇମବ୍ରାଂଚ ୬ଜଣଙ୍କୁ ଗିରଫ କରିଛି । ଚଳିତମାସ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍