ଜୟଦେବ ଜେନାଙ୍କୁ ହତ୍ୟା ଧମକ, ଯୁବକ ଗିରଫ

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତାଙ୍କୁ ହତ୍ୟା ଧମକ ଦେଇ ଜଣେ ଯୁବକ ଗିରଫ । ଟଙ୍କା ନଦେଲେ ହତ୍ୟା କରିବା ପାଇଁ ଧମକ ଦେଇଥିଲା ଅଭିଯୁକ୍ତ । କେନ୍ଦୁଝର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ଜଣକ ହେଲେ କୁଳମଣି ସେନାପତି ଓରଫ ସୋମନାଥ

ଏନେଇ କ୍ୟାପିଟାଲ ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି,”ଜଣେ ଯୁବକ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ବାରମ୍ବାର ଫୋନ କରି ହତ୍ୟା ଧମକ ଦେଇଥିଲେ,ପରେ ସେ ଆସି ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଫୋନ ନମ୍ବରକୁ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିର ନାଁ ଏବଂ ଠିକଣ ଜଣାପଡ଼ିଥିଲା । ପରେ ତାକୁ ଧରିବା ପାଇଁ ଉଦ୍ୟମ ବେଳେ ସେ ମୋବାଇଲ ଫୋନ ଓ ଯେଉଁ ସିମରୁ କଲ୍ କରିଥିଲା ତାକୁ ମଧ୍ୟ ନଷ୍ଟ କରିଦେଇଥିଲା ।ପରେ ତାକୁ ଘଷିପୁରା ଥାନା ସହାୟତାରେ ଗିରଫ କରି କୋର୍ଟ ଚାଲାଣ କରିଛୁ।”
ସେ ଆହୁରି ମଧ୍ୟ କହିଛନ୍ତି,” ଗିରଫ ଯୁବକ ଜଣଙ୍କ ଜଣେ ଭଲ ପରିବାରର ଯୁବକ । ସେ କୌଣସି ଚାକିରି କମ୍ବା ବ୍ୟବସାୟ କରୁନଥିବାରୁ ବେକାର ହୋଇ ବୁଲାବୁଲି କରନ୍ତି । ତେବେ ଗତ ଫେବ୍ରୁଆରୀ ମାସ ତିନି ତାରିଖରେ ଦିନ ପ୍ରାୟ ୧୨ଟା ସମୟରେ ଜୟ ଦେବ ଜେନାଙ୍କ ମୋବାଇଲକୁ କଲ୍ କରିଥିଲେ । ସେ କିଛି ନିର୍ଦ୍ଧିଷ୍ଟ ଡିବେଟକୁ ନେଇ ବିରୋଧ କରିବା ସହ ତାଙ୍କୁ ଟଙ୍କା ପଠାଇବାକୁ ଦାବି କରିବା ସହ ଧମକାଇ ଥିଲେ । କେବଳ ସେତିକି ନୁହେଁ ଥରେ ନୁହେଁ ଦୁଇରୁ ତିନି ଥର କଲ୍ କରି ୫୦ ହଜାର ଟଙ୍କା ଦାବି କରିବା ସହ ନଦେଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲା ।ଏନେଇ‌ କ୍ୟାପିଟାଲ ଥାନାରେ ସେ ଅଭିଯୋଗ କରିଥିଲେ ।”

  • Related Posts

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ନବରଙ୍ଗପୁର: ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳରୁ। ରବିବାର ଗାଁ ପାଖ ପଡ଼ିଆ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ…

    ବୌଦ୍ଧ ଏମଭିଆଇଙ୍କ ୩୬ଟି ପ୍ଲଟ୍‌ ଠାବ

    ଭୁବନେଶ୍ୱର: ବୌଦ୍ଧ ଏମଭିଆଇ ଗୋଲପ ଚନ୍ଦ୍ର ହାଁସଦାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ଜାରି ରହିଛି । ଏହି ଚଢାଉ ବେଳେ ଗୋଟିଏ ବହୁମହଲା କୋଠା, ୩୬ଟି ପ୍ଲଟ୍, ପ୍ରାୟ ୨୫୦ ଗ୍ରାମ ସୁନା, ୨.୩୮ ଲକ୍ଷ ଟଙ୍କାରୁ ଅଧିକ ନଗଦ,…

    Leave a Reply

    Your email address will not be published. Required fields are marked *

    You Missed

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    କେନାଲକୁ ଖସିଲା କାର୍:୧୧ ମୃତ

    କେନାଲକୁ ଖସିଲା କାର୍:୧୧ ମୃତ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ