ଏଲନ ମସ୍କ ଭୟଙ୍କର ପରିଣାମ ଭୋଗିବେ- ଟ୍ରମ୍ପ

ନୂଆଦିଲ୍ଲୀ:ଟିକସ ବିଲ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ଵର ୧ ନଂ. ଧନୀ ଏଲନ ମସ୍କଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏବେ ଟ୍ରମ୍ପ ଖୋଲାଖୋଲି ଭାବେ ମସ୍କଙ୍କୁ ଧମକ ଦେବାକୁ ବି ପଛାଇ ନାହାନ୍ତି। ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି ଟ୍ରମ୍ପ ଚେତାଇ ଦେଇଛନ୍ତି।
ଟ୍ରମ୍ପ କହିଛନ୍ତି, ରିପବ୍ଲିକାନ ସାଂସଦମାନଙ୍କୁ ଚ୍ୟାଲେଞ୍ଜ କରୁଥିବା ବିରୋଧୀମାନଙ୍କୁ ମସ୍କ ଆର୍ଥିକ ସହାୟତା ଯୋଗାଇଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଟ୍ରମ୍ପଙ୍କ ଏପରି ଚେତାବନୀ ମସ୍କଙ୍କ ପାଇଁ ମହଙ୍ଗା ପଡ଼ିବାରେ ବୋଲି କୁହାଯାଉଛି। ଏପରି କି ଟ୍ରମ୍ପ ଏଲନ ମସ୍କଙ୍କ ବିଭିନ୍ନ କମ୍ପାନୀ ସହିତ ସରକାର କରିଥିବା ଚୁକ୍ତିଗୁଡ଼ିକୁ ରଦ୍ଦ କରିଦେବା ଲାଗି ମଧ୍ୟ ଚରମବାଣୀ ଶୁଣାଇଛନ୍ତି। ଟ୍ରମ୍ପ ଏପରି ପଦକ୍ଷେପ ନେଲେ ମସ୍କଙ୍କୁ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ। ଟ୍ରମ୍ପ-ମସ୍କଙ୍କ କଳିରେ ମସ୍କଙ୍କୁ ବର୍ତ୍ତମାନ ସୁଦ୍ଧା ବହୁ କ୍ଷତି ସହିବାକୁ ପଡ଼ିଲାଣି। ଏହି ବିବାଦ ପରେ ଟେସଲା କମ୍ପାନୀର ଶେୟାର ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ସପ୍ତାହକ ମଧ୍ୟରେ ନିବେଶକମାନେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ଟେସଲା ଅଂଶଧନ ବିକ୍ରି କରିସାରିଛନ୍ତି।

ଟ୍ରମ୍ପ ଯଦି ମସ୍କଙ୍କ କମ୍ପାନୀ ବିରୋଧରେ କୌଣସି ପଦକ୍ଷେପ ନିଅନ୍ତି ତେବେ ମସ୍କଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି କୁହାଯାଉଛି।ସେପଟେ ଏଲନ ମସ୍କ ଏକ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଏହାର ନାମ ଆମେରିକା ପାର୍ଟି ରଖାଯିବ ବୋଲି ବି ସେ କହିଛନ୍ତି। ଯାହାପରେ ବିବାଦ ବଢ଼ିବାରେ ଲାଗିଛି।

  • Garvita Odia

    Related Posts

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    ନୂଆଦିଲ୍ଲୀ: ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ବିଭିନ୍ନ ରାଜ୍ୟ କ୍ୟାଡରରୁ ମୋଟ ୩୫ ଜଣ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କୁ କେନ୍ଦ୍ରୀୟ ପଦବୀ ପାଇଁ…

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୦ତମ କିସ୍ତି ଅଗଷ୍ଟ ୨ତାରିଖରେ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ

    କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ ଦୁଇ  ଓଡ଼ିଶା କ୍ୟାଡର ଆଇପିଏସ

    ବାତିଲ ହେଲା ଏହିସବୁ ପରୀକ୍ଷା

    ବାତିଲ ହେଲା ଏହିସବୁ ପରୀକ୍ଷା

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ବିଜେପି ଦଳ ସହିତ କୌଣସି ଛାତ୍ର ସଂଗଠନ ନାହାନ୍ତି:ବିରୋଧୀ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    ଡେବ୍ରିଗଡ଼ ଅଭୟାରଣ୍ୟରେ ହେବ ବ୍ୟାଘ୍ର ପ୍ରକଳ୍ପ

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍

    କୁମ୍ଭୀର ଆକ୍ରମଣ: ନଦୀ ପଠାରେ ଚିହ୍ନଟ ହେବ ବ୍ଲାକ୍ ସ୍ପଟ୍