୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍‌ରେ ନେଇଛୁ- ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଗ ନେଇଛନ୍ତି। ମଙ୍ଗଳବାର ସଦନରେ ମୋଦି କହିଛନ୍ତି ଯେ ସେ ଭାରତର ପକ୍ଷ ରଖିବା ପାଇଁ ଏବଂ ଯେଉଁମାନେ ଭାରତର ପକ୍ଷ ଦେଖି ପାରୁନାହାନ୍ତି, ସେମାନଙ୍କୁ ଆଇନା ଦେଖାଇବା ପାଇଁ ଛିଡ଼ା ହୋଇଛି। ଅପରେସନ ସିନ୍ଦୂର ସମୟରେ ଦେଶବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ସେ ଋଣୀ। ତେବେ ୨୨ ଏପ୍ରିଲର ଆକ୍ରମଣର ପ୍ରତିଶୋଧ ୨୨ ମିନିଟ ମଧ୍ୟରେ ନିଆଯାଇଥିଲା ବୋଲି ମୋଦି କହିଛନ୍ତି।
ପିଏମ୍‌ ଆହୁରି କହିଛନ୍ତି ଯେ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଘଟଣା, ଯେଉଁଠାରେ ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି ମାରିଥିଲେ, ଏହା ଥିଲା ନିର୍ମମତାର ଚରମ ସୀମା। ଏହା ଭାରତକୁ ହିଂସାର ନିଆଁରେ ଜଳାଇବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଦେଶବାସୀଙ୍କ ଏକତା ସହିତ ଏହି ଷଡ଼ଯନ୍ତ୍ରକୁ ବିଫଳ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପିଏମ କହିଛନ୍ତି ଯେ ସେନାକୁ କାର୍ୟ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ୨୨ ଏପ୍ରିଲ ପରେ ସେ ବିଦେଶରୁ ଫେରି ଏକ ବୈଠକ ଡାକି ଆତଙ୍କବାଦକୁ କଡ଼ା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେନାକୁ କାର୍ୟ୍ୟାନୁଷ୍ଠାନର ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା। ସେମାନେ ନିଷ୍ପତ୍ତି ନେଇଥିଲେ କେବେ, କେଉଁଠାରେ ଓ କିପରି ଜବାବ ଦେବେ। ଆତଙ୍କବାଦୀମାନଙ୍କୁ ଏଭଳି ଶାସ୍ତି ଦିଆଯାଇଛି ଯେ ସେମାନଙ୍କ ମୁଖିଆମାନଙ୍କ ନିଦ ହଜିଛି।
ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀ ସେନାକୁ ଭାରତର ବଡ଼ କାର୍ୟ୍ୟାନୁଷ୍ଠାନର ଆଶଙ୍କା ହୋଇଥିଲା। ପାକିସ୍ତାନ ପକ୍ଷରୁ ପରମାଣୁ ଧମକ ମଧ୍ୟ ଆସିଥିଲା। କିନ୍ତୁ ୬ ମେ’ ରାତି ଓ ୭ ମେ’ ସକାଳେ ଭାରତୀୟ ସେନା ନିର୍ଦ୍ଧାରିତ ଲକ୍ଷ୍ୟ ସହିତ ୨୨ ମିନିଟ ମଧ୍ୟରେ ପ୍ରତିଶୋଧ ନେଇଥିଲା। ପାକିସ୍ତାନର ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ବାହାବଲପୁର ପର୍ୟ୍ୟନ୍ତ ଧ୍ୱଂସ କରାଯାଇଥିଲା। ପାକିସ୍ତାନର ପରମାଣୁ ଧମକକୁ ଭାରତ ମିଛ ପ୍ରମାଣିତ କରିଛି। ଭାରତ ଦେଖାଇ ଦେଇଛି ଯେ ଏଭଳି ବ୍ଲାକମେଲିଂ ଆଗକୁ ଚାଲିବ ନାହିଁ ଏବଂ ଭାରତ ଏହା ଆଗରେ ମୁଣ୍ଡ ନୁଆଇବ ନାହିଁ ବୋଲି ସେ କହିଛନ୍ତି।

  • Garvita Odia

    Related Posts

    ଭାରତ ରୁଷ ସହ କ’ଣ କରିବ ମୁଁ ଆଦୌ ଖାତିର୍‌ କରେ ନାହିଁ:ଟ୍ରମ୍ପ

    ନୂଆଦିଲ୍ଲୀ : ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ଓ ରୁଷ ସହ ବ୍ୟବସାୟ କରିବା ଉପରେ ଅତିରିକ୍ତ ଜୋରିମାନା ଲଗାଇବାର ଘୋଷଣା କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କରିଛନ୍ତି ।…

    କାନ୍ଦି ପକାଇଲେ ପ୍ରଜ୍ଞା ଠାକୁର

    ନୂଆଦିଲ୍ଲୀ: ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ୭ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଏନଆଇଏ କୋର୍ଟ । ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ପ୍ରଜ୍ଞା କହିଛନ୍ତି ଯେ ଗତ ୧୭ବର୍ଷ ମଧ୍ୟରେ ମୋର…

    Leave a Reply

    Your email address will not be published. Required fields are marked *

    You Missed

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବିଜେପି ଅଫିସରେ ପ୍ରୟାସକାନ୍ତି

    ବିଜେପି ଅଫିସରେ ପ୍ରୟାସକାନ୍ତି

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ୬ ସପ୍ତାହ ଭିତରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ୬ ସପ୍ତାହ ଭିତରେ  ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ  ୭୫ ଲକ୍ଷ ଗଛ