ମହିଳାଙ୍କୁ ପ୍ରେମ ନିବେଦନ କରି ହାବିଲଦାର ନିଲମ୍ବିତ

କେନ୍ଦ୍ରାପଡ଼ା: ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିବା ସହ ଅନୈତିକ ସମ୍ପର୍କ ରଖିବାକୁ ପ୍ରବର୍ତ୍ତାଇବା ଓ ଧମକାଇବା ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି କୁଦାନଗରୀ ଥାନାରେ କାର୍ୟ୍ୟରତ ହାବିଲଦାର ଅଜୟ ସାହୁ । ତାଙ୍କୁ ନିଲମ୍ବନ କରାଯିବା ସହ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି । ଅଜୟ ଜଣେ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ ପ୍ରେମ ନିବେଦନ କରିବା ସହ ଏକୁଟିଆ ଦେଖି ଅଶ୍ଳୀଳ ଇଙ୍ଗିତ କରି ଟଣାଓଟରା କରିଥିଲେ। ପ୍ରତିବାଦ କରିବାରୁ ଅଜୟ ତାଙ୍କୁ ମାଡ଼ ମାରି ତଣ୍ଟି ଚିପି ଦେବାକୁ ମଧ୍ୟ ଉଦ୍ୟମ କରିଥିବା ପୀଡ଼ିତା ଅଗଷ୍ଟ ୨୩ ତାରିଖରେ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ମାର୍ଶାଘାଇ ପୁଲିସ ମାମଲା ରୁଜୁ କରିଥିଲା । ଅଜୟ ସଂପୃକ୍ତ ମହିଳାଙ୍କ ମୋବାଇଲ୍‌ ନମ୍ବର ରଖି ଗତ ଶୁକ୍ରବାରଠାରୁ ତାଙ୍କୁ ବାରମ୍ବାର ଫୋନ୍‌ କରି ପ୍ରେମ ନିବେଦନ କରିବା ସହ ବାହାରକୁ ବୁଲିବା ପାଇଁ ଡାକୁଥିଲେ, ପ୍ରଲୋଭିତ କରୁଥିଲେ, ଧମକାଉଥିଲେ । ସଂପୃକ୍ତ ମହିଳାଙ୍କ ସହ ଅଜୟଙ୍କର ଏସଂକ୍ରାନ୍ତ ବାର୍ତ୍ତାଳାପର ଅଡିଓ ଭାଇରାଲ୍‌ ହେବା ପରେ ଅଜୟ ଆଉ ଥାନାକୁ ଯାଇନାହାନ୍ତି । ସେ ଡ୍ୟୁଟିରେ ଅନୁପସ୍ଥିତ ରହିବା ନେଇ ଥାନାଧିକାରୀ ଏସ୍‌ପିଙ୍କୁ ରିପୋର୍ଟ କରିଥିଲେ । ପରେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇ ମାମଲାର ତଦନ୍ତ ଚାଲୁ ରହିଛି ।

  • Related Posts

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ଭୁବନେଶ୍ଵର,01।09: ଭୁବନେଶ୍ଵରରେ ଖଣି ମାଲିକଙ୍କ ଘରେ ବଡ ଧରଣର ରେଡ୍ ହୋଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି ୧୦ଟି ବିଳାଶପୂର୍ଣ୍ଣ କାର୍ ସହ ୩ଟି ସୁପର ବାଇକ୍। କେବଳ ଏତିକି ନୁହେଁ କୋଟିଏ ଟଙ୍କାର ସୁନା ଗହଣା ମଧ୍ୟ ଜବତ…

    Continue reading
    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ମୟୂରଭଞ୍ଜ,01।09: ଚାକିରି କରାଇଦେବାକୁ କହି ଯୁବତୀଙ୍କୁ ଘରୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ପୋଲିସ ତଦନ୍ତରେ ତାହା ଏକ ନାଟକ ଥିଲା ବୋଲି ତଦନ୍ତ ପରେ ସୂଚନା ଦେଇଛନ୍ତି ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ । ସୂଚନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ