ସୁନ୍ଦରଗଡ଼,01।09: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅନ୍ତର୍ଗତ ଘୋଷରା ଗାଁ ନିକଟ ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ପତ୍ରାପାଲି ଜଙ୍ଗଲରେ ରବିବାର ସକାଳେ ଏକ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ମହାବଳ ବାଘର ପାଦଚିହ୍ନ ବୋଲି କହିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବନବିଭାଗ କର୍ମଚାରୀ ଜଙ୍ଗଲରେ ପହଞ୍ଚି ପାଦଚି଼ହ୍ନ ଯାଞ୍ଚ କରିଥିଲେ। ବିଶେଷଜ୍ଞଙ୍କ ଯାଞ୍ଚ ପରେ ପାଦଚି଼ହ୍ନ କେଉଁ ବାଘର ତାହା ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ବଣାଇ ଫରେଷ୍ଟ ଡିଭିଜନ୍ର ସୋଲ୍ ରେଞ୍ଜ ଅଞ୍ଚଳରେ କିଛିଦିନ ତଳେ ଏକ ମହାବଳ ବାଘ ବୁଲୁଥିବା ଟ୍ରାପ୍ କ୍ୟାମେରାରେ ଉତ୍ତୋଳିତ ହୋଇଥିଲା। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କାଳେ ସେହି ମହାବଳ ବାଘ ଏପଟେ ପଳାଇ ଆସିଥାଇପାରେ କିମ୍ବା ଏହା ଆଉ କେଉଁ ବାଘର ପାଦଚିହ୍ନ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ପାଦଚିହ୍ନକୁ ନେଇ ବନବିଭାଗ ପକ୍ଷରୁ ଜଙ୍ଗଲ ନିକଟସ୍ଥ ଗାଁଗୁଡ଼ିକରେ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ ରହିବାକୁ ସୂଚନା ଦିଆଯାଇଛି। ବନବିଭାଗ କର୍ମଚାରୀମାନେ ଏବେ ପାଟ୍ରୋଲିଂ କରିବା ସହ ବାଘର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏ ବାବଦରେ ବନବିଭାଗ ରେଞ୍ଜ ଅଧିକାରୀ ଦେବାଶିଷ ନାୟକଙ୍କୁ ପଚାରିବାରୁ, ଆମେ ଯାଞ୍ଚ ଜାରି ରଖିଛୁ, ତାହା କଲରାପତରିଆ ନା ମହାବଳ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା କହିଛନ୍ତି।
ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍
ଏମ୍କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…




