ଆମେରିକାରୁ ଭାରତ ଫେରିଲେ ୨୦୫ ଅବୈଧ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାର୍ୟ୍ୟଭାର ସମ୍ଭାଳିବାର ସପ୍ତାହେ ମଧ୍ୟରେ ଅବୈଧ ପ୍ରବାସୀମାନଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷିରେ ଆମେରିକାରେ ବେଆଇନ ଭାବେ ରହୁଥିବା ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଟ୍ରମ୍ପ ଦେଶାନ୍ତର କରିଛନ୍ତି। ବୁଧବାର ଆମେରିକାର ଏକ ସାମରିକ ବିମାନରେ ୧୩ଜଣ ଶିଶୁଙ୍କ ସହ ମୋଟ୍ ୧୦୪ ପ୍ରବାସୀ ଭାରତୀୟଙ୍କୁ ନେଇ ଅମୃତସର ବିମାନ ବନ୍ଦରରେ ଅବତରଣ କରିଛନ୍ତି।

ମଙ୍ଗଳବାର ସମସ୍ତ ଯାତ୍ରୀଙ୍କୁ ନେଇ ଏକ ସି୧୭ ଆମେରିକୀୟ ସାମରିକ ବିମାନ ଟେକ୍ସସରେ ଥିବା ସାନ ଆଣ୍ଟୋନିଓ ବିମାନବନ୍ଦରରୁ ଅମୃତସର ଅଭିମୁଖେ ଉଡାଣ ଭରିଥିଲା। ବୁଧବାର ମଧ୍ୟାହ୍ନ ୧ଟା ୫୯ରେ ଅମୃତସରରେ ଥିବା ଶ୍ରୀ ଗୁରୁ ରାମ ଦାସ ଜୀ ଇଣ୍ଟରନେସନାଲ ଏୟାରପୋର୍ଟରେ ଏହି ବିମାନଟି ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ପାଛୋଟି ନେବାକୁ ସ୍ଥାନୀୟ ଅଧିକାରୀ ଓ ପୋଲିସ ପ୍ରସ୍ତୁତ ହୋଇ ରହିଥିଲେ। ଆମେରିକୀୟ ଦୁତାବାସରୁ ଜଣେ ପ୍ରତିନିଧି ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହିଥିଲେ।

ବିମାନରେ ଥିବା ୧୦୪ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ହରିୟାନା ଓ ଗୁଜୁରାଟରୁ ୩୩ ଜଣ ଯାତ୍ରୀ ଥିବା ବେଳେ ପଞ୍ଜାବରୁ ୩୦ ଜଣ ଯାତ୍ରୀ ରହିଛନ୍ତି। ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୩ଜଣ ଲେଖାଏଁ ଥିବା ବେଳେ ଚଣ୍ଡିଗଣରୁ ୨ ଜଣ ଯାତ୍ରୀ ରହିଛନ୍ତି। ସମସ୍ତ ଯାତ୍ରୀ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ମେକ୍ସିକୋ ବୋର୍ଡର ନିକଟରୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି।

  • Related Posts

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନ(ହଳଦିଆ…

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଇସ୍ଲାମାବାଦ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ