ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି, ଜାଣନ୍ତୁ କାରଣ

କଟକ: ଅର୍ଚ୍ଚନା ନାଗ ପାଇଁ ପୁଣି ବଢ଼ିଲା ଅଡ଼ୁଆ । ଏଥର କିନ୍ତୁ ପ୍ରସଙ୍ଗ ପୁରା ଅଲଗା । ଓକିଲାତି ପାଇଁ ଲାଇସେନ୍ସ ନେବା ସମୟରେ ସେ, ତାଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କରେ ତଥ୍ୟ ନଦେବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ।ଫୌଜଦାରୀ ମାମଲା ନଥିବା ଦର୍ଶାଇ ଓକିଲାତ ଲାଇସେନ୍ସ ନେଇଥିଲେ ଅର୍ଚ୍ଚନା ନାଗ । କାରଣ ଦର୍ଶାଅ ନୋଟିସ ପଠାଇଲା ରାଜ୍ୟ ଆଇନଜୀବୀ ପରିଷଦ । ଅର୍ଚ୍ଚନା ନାଗ୍‌ଙ୍କୁ ଷ୍ଟେଟ୍‌ ବାର୍‌ କାଉନସିଲ୍‌ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ । ଓକିଲାତି ଲାଇସେନ୍ସ ପାଇଁ ଦେଇଥିବା ଆବେଦନର ତଥ୍ୟକୁ ନେଇ ନୋଟିସ୍‌ । ତାଙ୍କ ନାଁରେ ଥିବା ଫୌଜଦାରୀ ମାମଲା ଆବେଦନରେ ଦର୍ଶାଇ ନାହାନ୍ତି ।୨୦୨୫, ମେ ୧୦ରେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଅର୍ଚ୍ଚନା ଓକିଲାତି ପାଇଁ ଲାଇସେନ୍ସ ପାଇଥିଲେ। ଓକିଲାତି ଲାଇସେନ୍ସ ପାଇଁ ଅର୍ଚ୍ଚନା ଦାଖଲ କରିଥିବା ଫର୍ମରେ ତାଙ୍କ ବିରୋ‌ଧରେ ବିଚାରାଧୀନ ଥିବା ଫୌଜଦାରୀ ମାମଲା ସଂକ୍ରାନ୍ତରେ ତଥ୍ୟ ଉଲ୍ଲେଖ କରି ନଥିଲେ । ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନାହିଁ ବୋଲି ଅର୍ଚ୍ଚନାଙ୍କ ଫର୍ମରେ ଉଲ୍ଲେଖ କରାଯାଇଥିଲା। ଯାଞ୍ଚରୁ ଅର୍ଚ୍ଚନା ଫର୍ମରେ ବିଚାରାଧୀନ ଫୌଜଦାରୀ ମାମଲା ସଂପର୍କିତ ତଥ୍ୟ ଜାଣିଶୁଣି ଦର୍ଶାଇ ନଥିବା ଓ ଲୁଚାଇଥିବା ଜଣାପଡ଼ିଛି।ଏଭଳି ସ୍ଥିତିରେ ଅର୍ଚ୍ଚନାଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ସଚିବ ଯଯାତି କେଶରୀ ସାମନ୍ତସିଂହାରଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ଅନୁସାରେ କାହିଁକି ତାଙ୍କ ବିରୋଧରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଅର୍ଚ୍ଚନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ନୋଟିସ ପାଇବାର ସାତ ଦିନ ମଧ୍ୟରେ ଜବାବ ଦାଖଲ ନକଲେ ପରିଷଦ ତରଫରୁ ଏହି ପ୍ରସଂଗରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଅର୍ଚ୍ଚନା ଏଲଏଲ.ବି. ପାସ କରିଥିବା ବେଳେ ଗତ ବର୍ଷ ଓକିଲାତି ଲାଇସେନ୍ସ ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ଆବେଦନ କରିଥିଲେ । ଗତ ମେ ୧୦ରେ ତାଙ୍କୁ ଓକିଲାତି ଲାଇସେନ୍ସ ପ୍ରଦାନ କରାଯାଇଥିଲା ।

ତେବେ ଆଇନ ପରୀକ୍ଷା ଦେଇ ବାହାରିବା ପରେ ଅର୍ଚ୍ଚନା ନାଗ ପ୍ରତିକ୍ରିୟାରେ କହିଥିଲେ ଜେଲ୍‌ ଯିବା ସୁବର୍ଣ୍ଣ ସୁଯୋଗ ଥିଲା । ଅନେକ ଶିଖିଲି ।ଆଇନ ଉପରେ ମୋର ଭରସା ଅଛି, ନିଶ୍ଚିତ ଭାବେ ନ୍ୟାୟ ମିଳିବ ।

  • Garvita Odia

    Related Posts

    ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ବାହୁଡ଼ା ଯାତ୍ରା ଚାଲିଛି: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁର‌ୀରେ ଆଜି ଶାନ୍ତି ଶୃଙ୍ଖଳାର ସହିତ ମହାପ୍ରଭୁଙ୍କ ରଥଯାତ୍ରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ଚାଲିଛି ବାହୁଡ଼ା ଯାତ୍ରା। ଭକ୍ତମାନଙ୍କ…

    ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ : ଉଦ୍ଧାର କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ ନବୀନ

    ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ବିଦେଶରେ କାର୍ୟ୍ୟରତ ପି. ଭେଙ୍କଟ ରମଣ ନାମକ ଯୁବକଙ୍କୁ ଆତଙ୍କବାଦୀ ସଂଗଠନ ଅପହରଣ ଘଟଣା, ଅପହରଣ ହୋଇଥିବା ଯୁବକଙ୍କୁ ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ବାହୁଡ଼ା ଯାତ୍ରା ଚାଲିଛି: ମୁଖ୍ୟମନ୍ତ୍ରୀ

    ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ବାହୁଡ଼ା ଯାତ୍ରା ଚାଲିଛି: ମୁଖ୍ୟମନ୍ତ୍ରୀ

    ୨୦ ବର୍ଷ ପରେ ଗୋଟିଏ ମଞ୍ଚରେ ଉଦ୍ଧବ ଓ ରାଜ୍ ଠାକରେ

    ୨୦ ବର୍ଷ ପରେ ଗୋଟିଏ ମଞ୍ଚରେ ଉଦ୍ଧବ ଓ ରାଜ୍ ଠାକରେ

    ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ : ଉଦ୍ଧାର କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ ନବୀନ

    ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ :  ଉଦ୍ଧାର କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ  ନବୀନ

    ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ରଥ

    ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ରଥ

    ବାଲେଶ୍ୱର ପ୍ରତି ଉପେକ୍ଷା କରାଯାଇଛି:ନବଜ୍ୟୋତି

    ବାଲେଶ୍ୱର ପ୍ରତି ଉପେକ୍ଷା କରାଯାଇଛି:ନବଜ୍ୟୋତି

    ଗଞ୍ଜାମ ଯୁବକଙ୍କୁ ଆତଙ୍କବାଦୀଙ୍କ ଅପହରଣ

    ଗଞ୍ଜାମ ଯୁବକଙ୍କୁ ଆତଙ୍କବାଦୀଙ୍କ ଅପହରଣ