ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ରଥ

ପୁରୀ: ଜନ୍ମବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧା ମୂରତି। ମଙ୍ଗଳ ଆଳତିଠୁ ନେଇ ପହଣ୍ଡି ଏବଂ ଛେରା ପର୍ୟ୍ୟନ୍ତ ନୀତି ନିର୍ଦ୍ଧାରିତ ସମୟରେ ସଂପନ୍ନ ହେବା ପରେ ଅପରାହ୍ଣ ୩ଟାରୁ ରଥଟଣା ଆରମ୍ଭ ହୋଇଛି। ଘର ଘର ନାଦରେ ତିନି ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ି ଚାଲିଛନ୍ତି। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖନାଦରେ ଉଚ୍ଛୁଳୁ ପଡ଼ୁଛି ବଡ଼ଦାଣ୍ଡ। ବାହୁଡ଼ାରେ ପୁଣି ଥରେ ଭକ୍ତ-ଭଗବାନ ଏକାକାର ହୋଇଛନ୍ତି। ବାହୁଡ଼ା ଯାତ୍ରାରେ ଶ୍ରୀବିଗ୍ରହଙ୍କ ରଥାରୂଢ ରୂପ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଘଟିଛି।

ଆଜି ନିର୍ଦ୍ଧାରିତ ସମୟରେ ଘୋଡ଼ା ଯୋଚା ପରେ ପ୍ରଥମେ ପ୍ରଭୁ ବଳଭଦ୍ରକଙ୍କ ଦର୍ପଦଳନ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା। ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ୧୦ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜମାନ କରିଥିଲେ। ଏହା ପରେ ଟାହିଆ ସୁଶୋଭିତ ହୋଇ ଘଣ୍ଟ ବାଦ୍ୟ ତାଳେ ତାଳେ ହୁଳ ହୁଳିରେ ଧାଡ଼ି ପହଣ୍ଡିରେ ଆସିଥିଲେ ବଡ଼ ଭାଇ ବଳଭଦ୍ର।
ଏହା ପରେ ଆସିଥିଲେ ଚକ୍ରରାଜ, ଓଡ଼ିଆଙ୍କ ମଉଡ଼ମଣି, କୋଟି ଆରାଧ୍ୟ ଦେବତା, ଜଗତର ନାଥ ଜଗନ୍ନାଥ। ଟାହିଆ ଲଗାଇ ସେବାୟତଙ୍କ ଘଣ୍ଟାବାଦ୍ୟ ତାଳେ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ ଚକାଆଖି। ତାଙ୍କର ଚୋକାଆଖି ଦେଖି ଆହ୍ଲାଦିତ ହୋଇ ଉଠିଥିଲେ ଶ୍ରଦ୍ଧାଳୁ। ଢଳି ଢଳି ଝୁଲି ଝୁଲି ଆସି ନନ୍ଦିଘୋଷ ରଥରେ ବିରାଜମାନ କରିଥିଲେ ମହାବାହୁ। ପାଖାପାଖି ୧୨ଟା ୩୦ରେ ବାହୁଡ଼ା ପହଣ୍ଡି ବିଜେ ନୀତି ସଂପନ୍ନ ହୋଇଥିଲା। ଏହା ପରେ ତିନି ରଥରେ ଶ୍ରୀ ମଦନ ମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବିଜେ ନୀତି ସଂପନ୍ନ ହୋଇଥିଲା। ତିନି ବିଗ୍ରହଙ୍କ ଚିତା ଲାଗି ସହ ମଇଲମ ଓ ବେଶ ଶେଷ ୧ଟା ୧୫ରେ ହୋଇଥିଲା। ପ୍ରାୟ ୧ଟା ୩୦ରୁ ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ତମଜାନରେ ଆସିଥିଲେ। ପ୍ରଥମେ ତାଳଧ୍ଵଜ ରଥରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ଗଜପତି ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସଂପନ୍ନ କରିଥିଲେ। ଏହି ନୀତି ପରେ ତିନି ରଥରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଯୋଚା ଯାଇଥିଲା। ଆଉ ଶେଷରେ ନିର୍ଦ୍ଧାରିତ ସମୟ ପ୍ରାୟ ୩ଟାରେ ରଥଟଣା ଆରମ୍ଭ ହୋଇଛି।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ