ଅଗଷ୍ଟ ୩୧ରେ ସ୍ପେଶାଲ୍ OTET

ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଦିଆଯାଇଛି। ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET। ସକାଳ ୯ଟାରୁ ୧୧.୩୦ ଯାଏ ପେପର୍‌-୧ ପରୀକ୍ଷା ହେବ। ଦିନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ।

ଏହି ପରୀକ୍ଷା ପାଇଁ ଅଗଷ୍ଟ ୨୨ରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଡ୍‌ମିଟ୍ କାର୍ଡ। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ବାତିଲ୍ ହୋଇଥିଲା। OTET ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏଯାବତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ବୋର୍ଡ ଉପସଭାପତିଙ୍କ ଅଫିସର ଜଣେ ଡାଟା ଏଣ୍ଟ୍ରୀ ଅପରେଟର ରହିଥିବା ବେଳେ ୨ ଜଣ ଶିକ୍ଷକ ନେତା ବି ଅଛନ୍ତି। ଆଜି ଏକ ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIG ବି. ଗଙ୍ଗାଧର କହିଛନ୍ତି, କାହିଁକି ପ୍ରଶ୍ନପତ୍ର ଲିକ୍‌ ହେଲା, ତା’ର ତଦନ୍ତ ଚାଲିଛି। ବୋର୍ଡ ଅଫିସ୍ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ୭ ଜଣ ଗିରଫ ହେବା ପରେ ଆଉ କିଏ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି। ଲାପଟପ୍ ପାସଓ୍ୱାର୍ଡ କେମିତି ମିଳିଲା ତଦନ୍ତ ଚାଲିଛି। କାହା କାହା ପାଖକୁ ପ୍ରଶ୍ନପତ୍ର ଯାଇଛି, ତା’ର ଲିଙ୍କ୍ ଖୋଜା ଚାଲିଛି। ସମସ୍ତଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

  • Garvita Odia

    Related Posts

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହାର ମାମଲାର ଶୁଣାଣି ଆଜି ଟ୍ରିବୁ୍ୟନାଲରେ ହେବାକୁ ଥିବାବେଳେ ତାହା ଏବେ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଛି । ଉଭୟ…

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏଣିକି ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ପ୍ରଦାନ କରାଯିବ । ତେବେ ଶହେ କି ଦୁଇ ଶହ ନୁହେଁ ରାଜ୍ୟରେ ଅବସର…

    Leave a Reply

    Your email address will not be published. Required fields are marked *

    You Missed

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଏନକାଉଣ୍ଟର, ଆତଙ୍କୀ ନିପାତ

    ଏନକାଉଣ୍ଟର, ଆତଙ୍କୀ ନିପାତ

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’