ରଥ କାଠ ପାଇଁ ସୃଷ୍ଟି ହେବ “ରଥ ବାଟିକା” : ପ୍ରଭାତୀ ପରିଡା

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା ଓ ଗୋପ ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ନିମାପଡାସ୍ଥିତ ଆଦର୍ଶ ବିଦ୍ୟାଳୟ ହଂସପଡା ଠାରେ ଆୟୋଜିତ ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ଏକ ପେଡ ମା କେ ନାମ” ଅଭିଯାନରେ ମା’ ଙ୍କ ନାମ ରେ ଏକ ଗଛ ଲଗେଇବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ରଥ କାଠର ଆବଶ୍ୟକତାକୁ ପୂରଣ କରିବା ପାଇଁ ପୁରୀ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏକ “ରଥ ବାଟିକା” ସୃଷ୍ଟି କରିବା ପାଇଁ ଜଙ୍ଗଲ ଅଧିକାରୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଜଙ୍ଗଲ ଅଧିକାରୀ, ସହକାରୀ ବନ ସଂରକ୍ଷକ ଓ ନିମାପଡା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ଚଅଁର ପଦା ସରପଞ୍ଚ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିଜେ ବୃକ୍ଷରୋପଣ କରିବା ସହିତ ଏକକାଳୀନ ୧୨୦ ଜଣ ମହିଳାମାନଙ୍କ ଦ୍ୱାରା ଏକକାଳୀନ ଵୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ନିଜ ମାଆ ପାଇଁ ଗୋଟିଏ ଗଛ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ କରିଥିଲେ।
ଏହା ପରେ ଗୋପତହସିଲ ଦ୍ୱାରା ଆୟୋଜିତ ପଟ୍ଟା ବଣ୍ଟନ କାର୍ୟ୍ୟକ୍ରମରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଯୋଗ ଦେଇ ୧୧୨ ଜଣଙ୍କୁ ପ୍ରଜାଖାନା ସଂଶୋଧିତ ପଟ୍ଟା ଓ ୧୭ଟି ଶିକ୍ଷା ଅନୁଷ୍ଠାନକୁ ଆନୁଷ୍ଠାନିକ ପଟ୍ଟା ବଣ୍ଟନ କରିଥିଲେ।
ଏହି କାର୍ୟ୍ୟକ୍ରମରେ ପୁରୀ ଜିଲ୍ଲାର ଉପ ଜିଲ୍ଲାପାଳଙ୍କ ସମେତ ଗୋପ ବିଡ଼ିଓ ଓ ତହସିଲଦାର, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ, ବ୍ଲକ ଉପାଧ୍ୟାକ୍ଷ ବନ ରଂଜନ ପଟ୍ଟନାୟକ, ସାଂସଦ ପ୍ରତିନିଧି ସୁଶାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ