ଅତିରିକ୍ତ ତହସିଲଦାରଙ୍କୁ ଘେରିଲେ ବାଲି ମାଫିଆ

ଉଦଳା: ମାତିଲେ ମାଫିଆ । ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ଓ ଗାଡି ଭାଙ୍ଗିଲେ । ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ । ଗାଡ଼ି ଭାଙ୍ଗି ଚୁରମାର । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ ଘଟିଛି । ସୂଚନାଯୋଗ୍ୟ ଯେ, କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ସୋମବାର ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ୟ୍ୟାଳୟରୁ ନିଜ କାର୍ ଧରି ବାହାରିଥିଲେ । ସେହି ସମୟରେ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ମାଫିଆ ମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ । ଏହାପରେ ମାଫିଆ ମାନେ ତାଙ୍କୁ ଘେରିଯାଇଥିଲେ । କୌଶଳକ୍ରମେ ସେଠାରୁ ଅତିରିକ୍ତ ତହସିଲଦାର ବାହାରି କପ୍ତିପଦା ଥାନାକୁ ଆସୁଥିବା ବେଳେ କପ୍ତିପଦା ଥାନା ସମ୍ମୁଖରେ ୧୦ରୁ ଅଧିକ ବାଲି ମାଫିଆ ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଇଟା ଓ ପଥର ମାଡ଼ କରିଥିଲେ । ଫଳରେ ତାଙ୍କ ଭାଙ୍ଗି ଚୁରମାର ହେବା ସହିତ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ କଲର ଧରି ଘୋଷାଡ଼ିବା ସହ ମାଡ଼ ମଧ୍ୟ ମାରିଥିଲେ । ଥାନା ସମ୍ମୁଖରେ ଏଭଳି ଘଟଣା ଘଟାଇବା ପରେ ମାଫିଆ ମାନେ ଫେରାର ହୋଇଯାଇଥିଲେ । ସେପଟେ ଜୀବନ ପ୍ରତି ବିପଦ ଥିବା ଜାଣି ଅତିରିକ୍ତ ତହସିଲଦାର ଥାନାକୁ ଆସିଥିବା ବେଳେ ଥାନା ଗେଟ୍ ବନ୍ଦ ଥିବାରୁ ମାଫିଆ ମାନେ ତାଙ୍କୁ ଆକ୍ରମଣ କରିଥିବା ଅତିରିକ୍ତ ତହସିଲଦାର କହିଛନ୍ତି ।

  • Garvita Odia

    Related Posts

    ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ

    ମାଲକାନଗିରି : ମାଲକାନଗିରିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ନାବାଳିକାଙ୍କ ପରିବାର ପକ୍ଷରୁ ମାଲକାନଗିରି ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ନାବାଳିକା ଜଣଙ୍କ ସୋମବାର ସଂଧ୍ୟାରେ ନିଜ ସାଙ୍ଗର ଜନ୍ମ…

    ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ ଗିରଫ

    କେନ୍ଦୁଝର: କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ ଗିରଫ । ନିତ୍ୟାନନ୍ଦଙ୍କୁ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରଯାଇଛି । ୩ ଦିନ ହେବ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ୍ । ଡିଏଫଓ ଙ୍କ ସରକାରୀ କ୍ବାର୍ଟର୍ସରୁ…

    Leave a Reply

    Your email address will not be published. Required fields are marked *

    You Missed

    ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ

    ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ

    ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ

    ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ

    ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ ଗିରଫ

    ଡିଏଫ୍‌ଓ ନିତ୍ୟାନନ୍ଦ ନାୟକ ଗିରଫ

    ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦର୍ଶନ କଲେ ବିଧାୟକ

    ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦର୍ଶନ କଲେ ବିଧାୟକ

    ବାଇପାସ ରୋଡ ନେଟୱର୍କ : ବିକାଶର ନୂଆ ଅଧ୍ୟାୟ

    ବାଇପାସ ରୋଡ ନେଟୱର୍କ : ବିକାଶର ନୂଆ ଅଧ୍ୟାୟ

    ତିନି ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି

    ତିନି ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି