ବାଇପାସ ରୋଡ ନେଟୱର୍କ : ବିକାଶର ନୂଆ ଅଧ୍ୟାୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ନିର୍ମାଣ ବିଭାଗ ଭିଜନ ୨୦୩୬କୁ ଆଖିଆଗରେ ରଖି ସାରା ଓଡିଶାକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା ଲାଗି ବିଭିନ୍ନ କାର୍ୟ୍ୟକ୍ରମ ମାନ ଗ୍ରହଣ କରୁଛନ୍ତି । ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବାଲାଗି ଏକ ସୁଦୃଢ ସଡକ ନେଟୱର୍କ ଜରୁରୀ । ତେବେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏବଂ ସେହି ଅନୁସାରେ ଗାଡି ମଟର ସଂଖ୍ୟା ବୃଦ୍ଧି କାରଣରୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଆସିବା ପାଇଁ ଅଧିକ ସମୟ ଲାଗୁଚି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭିନ୍ନ ସମୟରେ ରାଜ୍ୟର ରୋଡ଼ ନେଟୱର୍କ ନେଇ ସମୀକ୍ଷା କରିବା ସହ ବଡ ବଡ ସହର ପାଇଁ ସୁଚିନ୍ତିତ ବାଇପାସ ରାସ୍ତା ନିର୍ମାଣ ପାଇଁ ନିର୍ଦେଶ ଦେଇଛନ୍ତି ଓ

ଏହାକୁ ଦୃଷ୍ଟିରେ ରଖି ନିର୍ମାଣ ବିଭାଗ ପକ୍ଷରୁ ବିଭିନ୍ନ ସହର ଉପକଣ୍ଠରେ ବାଇପାସ ରାସ୍ତା ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଉଛି ଓ ସେଥିରୁ ଅନେକ ଗୁଡିଏ ରାସ୍ତା ନିର୍ମାଣଧୀନ ଥିବା ବେଳେ ଆଗକୁ ଅଧିକ ବାଇପାସ ରାସ୍ତା ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହା କେବଳ ସହରର ଭିଡକୁ ହ୍ରାସ କରିବା ତାହା ନୁହେଁ ବରଂ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ କୁ ଯିବା ପାଇଁ ଦୂରତ୍ୱ ଓ ସମୟ ହ୍ରସ କରିବ । ଏହା ଏକ ନୂତନ ବାଣିଜ୍ୟିକ କରିଡର ସୃଷ୍ଟି ସହିତ ଅନେକ ଶିଳ୍ପସଂସ୍ଥାକୁ ଯୋଡିବା ଲାଗି ପଥ ସୁଗମ କରିବ । ଏହା ପର୍ୟ୍ୟଟନ କ୍ଷେତ୍ର ଓ ବନ୍ଦର ଯୋଗାଯୋଗକୁ ମଧ୍ୟ ଅଧିକ ସୁଦୃଢ କରିବ ।

ବର୍ତମାନ ୧୪୯୨୯୦ .୮୫ ଲକ୍ଷ ବ୍ୟୟ ଅଟକଳରେ ୪୮ କିମି ଦୀର୍ଘ ମୋଟ ୧୦ଟି ବାଇପାସ ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ୨୭୭୯୧.୫୭ ଲକ୍ଷ ବ୍ୟୟ ଅଟକଳରେ ୩୨ କିମି ଦୀର୍ଘ ମୋଟ ୬ ଟି ବାଇପାସ କାର୍ୟ୍ୟ ପାଇଁ ଅନୁମୋଦିତ ହୋଇଛି । ଏଥିମଧ୍ୟରେ କଟକ ଖାନନଗର ନିକଟ ଏବଂ ଯୋବ୍ରା ଠାରେ ୬ ଲେନ ବିଶିଷ୍ଠ ରାସ୍ତା ନିର୍ମାଣ ଚାଲୁଅଛି ଯାହା କଟକ ସହର ଓ ମୁନିସିପାଲ ଅଂଚଳର ଭିଡ ହ୍ରାସ ଏବଂ ଗମନାଗମନକୁ ସମୟକୁ ୬୦ ମିନିଟ ପର୍ୟ୍ୟନ୍ତ ହ୍ରାସ କରିବ । ସେହିପରି ୭.୭ କିମି ଦୀର୍ଘ ଢେଙ୍କାନାଳ କାମାକ୍ଷାନଗର ବାଇପାସ ରାସ୍ତା ନିର୍ମାଣଧୀନ ରହିଛି ଯାହା ସେଠାରେ ଥିବା ଥିବା ମାର୍କେଟ ଅଂଚଳର ଭିଡକୁ ହ୍ରାସ କରିବ ସହିତ ଯିବା ଆସିବା ସମୟକୁ ୧୫ ମିନିଟ ପର୍ୟ୍ୟନ୍ତ ହ୍ରାସ କରିବ । ନିର୍ମାଣଧୀନ ୧୩ କିଲୋମିଟର ଦୀର୍ଘ ବ୍ରହ୍ମପୁର ରିଂ ରୋଡ ଏହି ଅଞ୍ଚଳର ଭିଡ ହ୍ରାସ ସହ ଯାତ୍ରା ସମୟକୁ ୩୦ ମିନଟ ପର୍ୟ୍ୟନ୍ତ କମ କରିବ । ଝାରସୁଗୁଡା ଜିଲ୍ଲାରେ ୪ ଲେନ ରାସ୍ତା ସହ ସର୍ଭିସ ରୋଡ଼ ଥାଇ ୮ କିମି ଦୀର୍ଘ ବେଲପାହାଡ ବାଇପାସ୍ ରାସ୍ତା ଯାହା ବେଲପାହାଡ ଟାଉନ ଅଂଚଳର ଭିଡ ହ୍ରସ ଦିଗରେ ସହାୟକ ହେବ । ସେହିପରି ଭବାନିପାଟଣାକୁ ସଂଯୋଗୀକରଣ କରୁଥିବା ୬ କିମି ଦୀର୍ଘ ଲିଙ୍କ ରୋଡ, କେନ୍ଦ୍ରାପଡା ଜିଲାରେ ୪ କିଲୋମିଟର ଦୀର୍ଘ ପଟ୍ଟାମୁଣ୍ଡାଇ ବାଇପାସ ରାସ୍ତା, କେଉଁଝର ଜିଲ୍ଲାର ଘସିପୁରା ଠାରେ ସିଲଂ ବ୍ରହ୍ମଣିପାଲ ବାଇପାସ ରାସ୍ତା ଏବଂ ଭଙ୍ଗାନଇ ଠାରୁ ମଦନପୁର ଶାଳପଡା ଓ ପଥରପଡା ବାଇପାସ ରୋଡ ଏବଂ ଖୋର୍ଦ୍ଧା ଟମାଣ୍ଡ ଛକ ଠାରୁ ପାଇକରାପୁର ଛକ ପର୍ୟ୍ୟନ୍ତ ସାଢେ ୫ କିଲୋମିଟର ଦୀର୍ଘ ଇନର ଭୁବନେଶ୍ୱର ରିଂ ରୋଡ଼ ନିର୍ମାଣ ଚାଲୁଅଛି । ସହରର ଭିଡ ହ୍ରାସ, ପାଶ୍ୱବର୍ତୀ ଗ୍ରାମକୁ ସଂଯୋଗୀକରଣ ଓ ବାଣିଜ୍ୟ କାରବାରକୁ ଏହା ଗତିଶୀଳ କରିବ ।

ସେହିପରି ଚଳିତ ଆର୍ଥିକ ବର୍ଷରେ ଆଉ ୬ ଟି ବାଇପାସ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥି ମଧ୍ୟରେ ବଲାଙ୍ଗୀର ଜିଲାରେ ୬.୮ କିମି ଦୀର୍ଘ ବଲାଙ୍ଗୀର ବାଇପାସ ନିର୍ମାଣ ହେବାକୁ ଯାଉଛି । ଏହି ରାସ୍ତା ଜାତୀୟ ରାଜପଥ ୨୬ ଓ ରାଜ୍ୟ ରାଜପଥ ୪୨ କୁ ସଂଯୋଗ କରିବା ସହିତ ଭାରୀଯାନ ଗୁଡିକର ଯିବା ଆସିବାକୁ ସହଜ କରିବ । ସେହିପରି ଦୁର୍ଘଟଣା କମାଇବା, ଟ୍ରାଫିକ ନିୟନ୍ତ୍ରଣ, ଶବ୍ଦ ପ୍ରଦୂଷଣକୁ ରୋକିବା ସହିତ ବଲାଙ୍ଗୀର, ପାଟଣାଗଡ଼, ଖରିଆର ଟାଉନ ଏବଂ କଣ୍ଟାବାଞ୍ଜି ମଧ୍ୟରେ ଯିବାଆସିବାକୁ ସହଜ କରିବ ଲାଗି ୮.୫ କିମି ଦୀର୍ଘ ପାଟଣାଗଡ଼ ବାଇପାସ ରାସ୍ତା ନିର୍ମାଣ ଲାଗି ପ୍ରସ୍ଥାବକୁ ଅନୁମୋଦନ ମିଳିଛି । ସେହିପରି ୪ କିମି ଦୀର୍ଘ ପାରଳାଖେମୁଣ୍ଡି ବାଇପାସ , ୩କିମି ଦୀର୍ଘ କାମାକ୍ଷାନଗର ଗେଙ୍ଗୁଟିଆ ବାଇପାସ, ଢେଙ୍କାନାଳ ମହୁଲପଡା ବାଇପାସ ପାଇଁ ମଧ୍ୟ ପ୍ରସ୍ଥାବକୁ ଅନୁମୋଦନ ମିଳିଛି । ସର୍ବୋପରି ୮ କିମି ଦୀର୍ଘ କଟକ ଆଠଗଡ଼ ଆଉଟର ରିଂ ରୋଡ଼ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହା କାର୍ୟ୍ୟକାରୀ ହେଲେ ଅଂଶୁପା ହ୍ରଦ, ଭଟାରିକା, ଧବଳେଶ୍ୱର ଓ ସିଂହନାଥ ପୀଠକୁ ଗମନ ଗମନ ସହଜ ହେବ ସହ ଟିଏସ ଆଲୟ, କେଭିକେ ନୀଳାଚଳ ପାୱାର, ଆରତୀ ଷ୍ଟିଲ, ପ୍ରଧାନ ଷ୍ଟିଲ, ଆମଟେକ ମେଟାଲ ଆଦି ଶିଳ୍ପ ସଂସ୍ଥା କୁ ଗମନଗମନ ସୁଦୃଢ କରିବ । ଏହି ରୋଡ ନେଟୱର୍କ ରାଜ୍ୟର ପ୍ରଗତିକୁ ଦ୍ରୁତତର କରିବାରେ ଏକ ଯୁଗାନ୍ତକାରି ସାବ୍ୟସ୍ତ ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ