ଇଭି ଚଳାଚଳରେ ସପ୍ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର: ଇଲେକ୍ଟ୍ରିକ୍ ଯାନ (ଇଭି) ଚଳାଚଳ ଓ ଗ୍ରହଣୀୟତାରେ ଓଡ଼ିଶାର ପ୍ରଦର୍ଶନ ସାରା ଦେଶରେ ଏତେଟା ଉତ୍ସାହଜନକ ନାହିଁ। ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚକାଙ୍କ ଅନୁସାରେ ଓଡ଼ିଶା ସର୍ବମୋଟ ୪୧ ସ୍କୋର୍‌ ସହ ସପ୍ତମ ସ୍ଥାନରେ ରହିଛି। ଏହାକୁ ତୃତୀୟ ବର୍ଗ ‘ଆକାଂକ୍ଷୀ’ରେ ସାମିଲ କରାଯାଇଛି। ପ୍ରଥମ ବର୍ଗ ଆଚିଭର୍ସରେ କୌଣସି ରାଜ୍ୟର ନାମ ନାହିଁ। ଫ୍ରଣ୍ଟରନର୍‌ (ଅଗ୍ରଣୀ) ବର୍ଗରେ ଦିଲ୍ଲୀ, ମହାରାଷ୍ଟ୍ର ଓ ଚଣ୍ଡିଗଡ଼ ରହିଛନ୍ତି। ପରଫରମର୍‌ (ପ୍ରଦର୍ଶନକାରୀ) ବର୍ଗରେ କର୍ଣ୍ଣାଟକ ତାମିଲନାଡୁ ଓ ହରିୟାଣା ନାମ ରହିଛି। ଏହା ପଛକୁ ଥିବା ଆକାଂକ୍ଷୀ ବର୍ଗରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନାମ ରହିଛି। ଇଭି ଚଳାଚଳକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପଠାରୁ ଆରମ୍ଭ କରି ବିଭିନ୍ନ ମାନଦଣ୍ଡରେ ରାଜ୍ୟର ପ୍ରଦର୍ଶନକୁ ମପାଯାଇଛି। ପେଟେଣ୍ଟ କ୍ଷେତ୍ରରେ ଏହାର ସ୍କୋର୍‌ ଶୂନ ରହିଥିବା ବେଳେ କ୍ରୟ ପ୍ରୋତ୍ସାହନରେ ସ୍କୋର୍‌ ମାତ୍ର ୨ ରହିଛି। ବିଦ୍ୟୁତ୍‌ ଉପଲବ୍ଧତା, ବାଣିଜ୍ୟିକ ଇଭି ଗ୍ରହଣୀୟତା, ଇଭିରୁ ଇଭି ଚାର୍ଜିଂ ଅନୁପାତ ଏବଂ ଇଭି ଷ୍ଟାର୍ଟଅପ୍ ମାନଦଣ୍ଡରେ ମଧ୍ୟ ରାଜ୍ୟର ସ୍କୋର୍‌ ଉତ୍ସାହଜନକ ନାହିଁ।

  • Related Posts

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

    Leave a Reply

    Your email address will not be published. Required fields are marked *

    You Missed

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା